ସର୍ବଭାରତୀୟ ସୁନ୍ନି ଇଜତେମା ଉଦଯାପିତ

ସର୍ବଭାରତୀୟ ସୁନ୍ନି ଇଜତେମା ଉଦଯାପିତ : ଯୋଗଦେଲେ ୫୦ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ

ଓଡିଶା ବଡ ଖବର ବିଶେଷ

 #ସର୍ବଭାରତୀୟ_ସୁନ୍ନି_ଇଜତେମା_ଉଦଯାପିତ    ଯାଜପୁର : (ବିଶ୍ବଜିତ ରଣା) ଯାଜପୁର ସହରର ବାଳାଶ୍ରମ ପଡିଆ ଠାରେ ଅଲ୍ ଇଣ୍ଡିଆ ତବଲିଗ୍-ଇ-ସିରତ୍ ପକ୍ଷରୁ ସୁନ୍ନି ଇଜତେମା ଉଦଯାପିତ  ହୋଇଯାଇଛି । ଏହି ସୁନ୍ନି ଇଜତେମାରେ ସାରା ରାଜ୍ୟରୁ ୫୦ହଜାରରୁ ଉର୍ଦ୍ଧ୍ୱ  ଇସଲାମିକ୍ ସୁନ୍ନି ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ । ପ୍ରଥମେ କୋରାନ୍ ପାଠ କରାଯାଇ ଏହି ଇଜତେମାକୁ ଆରମ୍ଭ କରାଯାଇଥିଲା । ଏଥିରେ କୋରାନ୍ ପାଠ କରାଯାଇ ମହମ୍ମଦଙ୍କ ବାଣୀ ଅନୁସାରେ ସମଗ୍ର ମାନବଜାତିର ମାଲିକ ଜଣେ ସେ ହେଉଛନ୍ତି “ଆଲ୍ଲା” । ଏହି ବାର୍ତ୍ତାକୁ ସମଗ୍ର ପୃଥିବୀରେ ପ୍ରଚାର କରିବା ପାଇଁ ଏହି ଧର୍ମ ସମ୍ମିଳନୀର ଆବଶ୍ୟକତା ରହିଛି ବୋଲି ମୁଫତି ଓ ମୌଲାନାମାନେ ପ୍ରକାଶ କରିଥିଲେ । ଏହି ଇଜତେମା ସମଗ୍ର ବିଶ୍ୱକୁ ଭାତୃଭାବ , ମାନବାବାଦ ଓ ଏକତାର ବାର୍ତ୍ତା ହେବବୋଲି ପ୍ରକାଶ କରାଯାଇଥିଲା ।

ଏହି ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଉତ୍ତର ପ୍ରଦେଶର ବରେଲିରୁ ମୁସଲିମ୍ ଧର୍ମର ପ୍ରଖ୍ୟାତ ହଜରତ ସାହଜାଦେ ମନ୍ନାନୀ ମିଆଁ ଙ୍କ ସୁପୁତ୍ର ମୁଫତି ହଜରତ ସମ୍ନାନୀ ଯୋଗଦେଇ ହଜରତ ମହମ୍ମଦଙ୍କ ଜୀବନୀ ଶୈଳୀ ଓ ତାଙ୍କ ଆଦର୍ଶରେ ଅନୁପ୍ରାଣିତା ହେବା ସହିତ ଅହମଦ ରଜା ଖାଁ ଙ୍କ ଜୀବନୀ ଏବଂ ମୁସଲିମ୍ ଧର୍ମକୁ କିଭଳି ଭାବେ ପ୍ରଚାର ପ୍ରସାର କରିଥିଲେ ତାହା ନିଜ ବକ୍ତବ୍ୟରେ କହିଥିଲେ । ସେହିପରି ଉତ୍ତର ପ୍ରଦେଶର ମୁଫତି ଅଖତର ହସନ୍ ଆଲମି , ମୁଫତି ସମସାଦ ଆଲମ୍, ମୁଫତି ଫୈଜାନୁଲ ମୁସ୍ତଫା ପ୍ରମୁଖ ଯୋଗଦେଇ ଇସଲାମ୍ ଧର୍ମକୁ କିଭଳି ଭାବେ ଓଡ଼ିଶାରେ ହଜରତ ହବିବୁର ରହେମାନ (ଧାମନଗର ସରିଫ) ପ୍ରଚାର ପ୍ରସାର କରି ନିଜ ଜୀବନକୁ ମହମ୍ମଦଙ୍କ ଆଦର୍ଶରେ ଚାଲିବା ପାଇଁ ପସ୍ତାବ ଦେଇଥିଲେ ତାହା ବକ୍ତବ୍ୟଛଳରେ ପ୍ରକାଶ କରିଥିଲେ । ବରେଲିସରିଫ୍ ୟୁ.ପି ରୁ ମୌଲାନା ଅଫଜଲ, କୋଲିକତାରୁ ସାହାନାୱାଜ ହସନ୍, ସାହିଦ୍ ରଜା ପ୍ରମୁଖ ମହମ୍ମଦଙ୍କ ଉପରେ ଧାର୍ମିକ ସାୟରି ଉପସ୍ଥାପିତ କରିଥିଲେ । ଏହି ସମ୍ମିଳନୀରେ ଅନ୍ୟତମ ଅତିଥି ଭାବେ ଧାମନଗର ସରିଫରୁ ହବିବୁର ରହେମାନ(ମୋଜାହିଦ-ଏ-ମିଲ୍ଲତ)ଙ୍କ ନାତି ଗୋଲାମ୍ ମହମ୍ମଦ ହବିବି, ମୁଫତି ସାହିଦ୍ ଅଖତର, ମୁଫତି ଅବୁ-ୟୁସୁଫ୍ ଯୋଗଦେଇ ମୁସଲମାନ ଧର୍ମର ପ୍ରଚାରପ୍ରସାର ଉପରେ ଆଲୋକପାତ କରିବା ସହିତ ମୁସଲମାନ ଧର୍ମ ଉପରେ ଆଧାରିତ ଜୀବନୀ ଶୈଳୀରେ ଚାଲିବା ପାଇଁ ଅନୁରୋଧ କରିଥିଲେ । ସର୍ବଶେଷରେ ସାହଜାଦେ ସାଜ୍ରୁ ସରିୟା ହଜୁର ମୋହାଦ୍ଦିଶ କବିର ସନ୍ଧ୍ୟାରେ ନମାଜ ପାଠ କରିବା ସହିତ ଭଗବାନଙ୍କ ନିକଟରେ ପ୍ରାର୍ଥନା (ଦୁଆ) କରି ସଭାଶେଷ କରିଥିଲେ ।

ଏହି ସମ୍ମିଳନୀକୁ ମୌଲାନା ଇଲିୟାସ ଫୈଜି ପରିଚାଳନା କରିଥିଲେ । ଏହି ମୁସଲିମ୍ ସୁନ୍ନି ଇଜ୍ତେମାରେ ପ୍ରାୟ ୫୦ ହଜାରରୁ ଉର୍ଦ୍ଦ୍ୱ ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ । ଏହି ଇଜତେମାରେ ବାଲେଶ୍ୱର , ସୋର, ଭଦ୍ରକ, ଧାମନଗର, କେନ୍ଦ୍ରାପଡା, କେନ୍ଦ୍ରାପଡା, ଜଗତସିଂହପୁର , କଟକ, ଖୋର୍ଦ୍ଦା ଆଦି ଅଞ୍ଚଳରୁ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଯୋଗଦେଇଥିବା ବେଳେ ରାଜ୍ୟ ବାହାରୁ ରାଞ୍ଚି, ଛତିଶିଗଡ, ପଶ୍ଚିମବଙ୍ଗ, ହାଇଦ୍ରାବାଦ୍ ଆଦି ସହରରୁ ଶହ ଶହ ଶ୍ରଦ୍ଧାଳୁମାନେ ଯୋଗଦେଇ ଇଜ୍ତେମାକୁ ସଫଳ କରିଥିଲେ । ଉଦ୍ୟାପନୀ ଦିବସରେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥି, ବରୀ ବିଧାୟିକା ସୁନନ୍ଦା ଦାସ ପ୍ରମୁଖ ଯୋଗଦେଇଥିବା ବେଳେ ଯାଜପୁର ଏସପି ଚରଣ ସିଂ ମୀନା ଦୀର୍ଘ ସମୟ ଧରି ଇଜତେମା କୁ ଉପଭୋଗ କରିବା ସହ ଆଇନ ଶୃଙ୍ଖଳାକୁ ତଦାରଖ କରିଥିଲେ ।

ଏହି ସମ୍ମିଳନୀକୁ ସେକ ନିଜାମୁଦ୍ଦିନ୍ ବରକାତୀ, ମହମ୍ମଦ୍ ଅସଗର ରଜାୱଲ କାଦରୀ, ମୌଲାନା ସାହାବୁଦ୍ଦିନ୍, ସେକ୍ ତସଲିମ , ସେକ୍ ଅବଦୁଲ ସାଜିଦ୍, ସେକ୍ ଜହିରୁଦ୍ଦିନ୍, ମୌଲାନା ମାସୁକ ରଜା, ମୌଲାନା ବେଲାଲ ରଜା, ମୌଲାନା ରିୟାଜୁଦ୍ଦିନ, ସେକ୍ କମିରୁଦ୍ଦିନ୍, ସେକ୍ ବସିରୁଦ୍ଦିନ୍, ସେକ୍ ସାହାଜୁଦ୍ଦିନ୍, ଅବଦୁଲ ବାରି, ସେକ୍ ମେରାଜୁଦ୍ଦିନ୍, ସେକ୍ ରସୁଲ୍ ବକ୍ସ, ସେକ୍ ଅବଦୁଲ ଜଲିଲ, ସେକ୍ କାଲା, ଅମଜାଦ ଖାଁ, ଗୁଫରାନ ଖାଁ, ରିୟାଜୁଦ୍ଦିନ ଖାଁ, ଦିଲବର ଖାଁ, ସମସେର ଖାଁ, ମହମ୍ମଦ ହବିବୁଲ୍ଲା ଖାଁ, ଅସଫର ଅଲ୍ଲୀ ଖାଁ, ଯାହାଙ୍ଗିର ହୋସେନ୍ ଖାଁ, ଜାମସେଦ୍ ଖାଁ, ରିୟାଯୁଦ୍ଦିନ ଖାଁ, ଲିୟାକତ ଅଲ୍ଲୀ ଖାଁ, ନିଜାମୁଦ୍ଦିନ୍ ଖାଁ ପ୍ରମୁଖ ସହଯୋଗ କରିଥିଲେ । ସମସ୍ତ କମିଟିର ସଦସ୍ୟମାନେ ଶ୍ରାଦ୍ଧାଳୁମାନଙ୍କ ପାଇଁ ପାନୀୟ ଜଳ ସହ ଚାହା, ବିସ୍କୁଟ୍ ଓ ଭୋଜନର ସୁବନ୍ଦୋବସ୍ତ କରାଯାଇଥିଲା ।