ଡେଲାଙ୍ଗରେ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲା ମେକ୍ ଇନ୍ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର

ଡେଲାଙ୍ଗରେ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲା ମେକ୍ ଇନ୍ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର

ଓଡିଶା ଜିଲ୍ଲା ପୁରୀ

#ଡେଲାଙ୍ଗରେ_କରୋନା_ଯୋଦ୍ଧାଙ୍କୁ_ସମ୍ମାନିତ           ଡେଲାଙ୍ଗ   : ( ବିଜୟ କୁମାର ମହାପାତ୍ର )  ଡେଲାଙ୍ଗ ବ୍ଳକ ପରିସରରେ ବିଜୁ ପଟ୍ଟନାୟକ ସଭାଗୃହ ପରିସରରେ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନିତ କରାଯାଇଛି । ସମ୍ମାନିତ କାର୍ଯ୍ୟ ଆରମ୍ଭରୁ ବୀର ଯବାନ ମାନଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।  ଅତିଥି ପରିଚୟ ସହ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ସମାଜର ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ । ଡେଲାଙ୍ଗର ମେକ୍ ଇନ୍ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର ପକ୍ଷରୁ ଡେଲାଙ୍ଗ ବ୍ଳକର ସମସ୍ତ କାର୍ଯ୍ୟରତ ବୈଦ୍ୟୁତିକ ଏବଂ ପ୍ରିଣ୍ଟ ମିଡିଆ ସାମ୍ବାଦିକ ମାନଙ୍କ ସହିତ ବ୍ଳକ ଅଧ୍ୟକ୍ଷ, ଉପାଧ୍ୟକ୍ଷା , ପ୍ରଶାସନ ଅଧିକାରୀ , ମିଶନ ଶକ୍ତି ମହିଳା ସଂଘର ସମ୍ପାଦିକାଙ୍କୁ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ସଭାପତି ଦୀଲିପ ଧାଉଡିଆ ଅନୁଷ୍ଠିତ ସମ୍ମାନିତ ସଭାରେ ସଭାପତିତ୍ୱ କରିଥିଲେ ।

ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆ, ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ବିଡିଓ କ୍ଷୀରୋଦ ପ୍ରଧାନ, ଡେଲାଙ୍ଗ ଥାନା ଆଇଆଇସି ରଶ୍ମୀ ରଞ୍ଜନ ପଟ୍ଟନାୟକ, ଡେଲାଙ୍ଗ ହାଟ ଫାଣ୍ଡି ଅଧିକାରୀ ଗଙ୍ଗାଧର ସାହୁ, ଅଗ୍ନିଶମ ବିଭାଗର ଭାରପ୍ରାପ୍ତ ଅଧିକାରୀ ହାବିଲଦାର ଜୟରାମ ସାହୁ, ମିଶନ ଶକ୍ତି ମହିଳା ସଂଘର ସମ୍ପାଦିକା ବାସନ୍ତୀ ସାହୁ, ଉପାଧ୍ୟକ୍ଷାଙ୍କ ପ୍ରତିନିଧି କବିନ୍ଦ୍ର ବଳବନ୍ତରାୟଙ୍କ ସହିତ ସମ୍ବାଦିକ ପ୍ରସନ୍ନ ତ୍ରିପାଠୀ, ଧୀରେନ୍ଦ୍ର ସେନାପତି ସନ୍ତୋଷ କୁମାର ପଟ୍ଟନାୟକ, ରଶ୍ମୀ ରଞ୍ଜନ ପ୍ରଧାନ,ଦିପକ କୁମାର ମିଶ୍ର, ବିଜୟ କୁମାର ମହାପାତ୍ର, ଚିତ୍ତ ଜେନା,  ଓ ଲୋପମୁଦ୍ରା ସ୍ୱାଇଁ ଏମାନେ ପ୍ରିଣ୍ଟ ମିଡିଆର ହୋଇଥିବା ବେଳେ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକ ଭାବେ ଅରୁଣ କୁମାର ରାଉତ, ଦିବାକର ଷଡଙ୍ଗୀ, ଦ୍ୱିତୀକୃଷ୍ଣ ପଟ୍ଟନାକୟକ, ବିଦ୍ୟାଧର ପରିଡା, ପ୍ରତାପ ବାରିକ, ସନ୍ତୋଷ ପ୍ରଧାନ, ନିରଞ୍ଜନ ନାୟକ ପ୍ରମୁଖଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦିକା ଗୀତାରାଣୀ ରଣଜିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବେଣୁଧର ମଙ୍ଗରାଜ ପ୍ରମୁଖ ସହଯୋଗ କରିଥିଲୋ

Attachments area