ଆଜିଠାରୁ କାଉଣ୍ଟରରେ ମିଳିବ ମଦ

ଆଜିଠାରୁ କାଉଣ୍ଟରରେ ମିଳିବ ମଦ

ଓଡିଶା ମହାନଗର

#ଆଜିଠାରୁ_କାଉଣ୍ଟରରେ_ମିଳିବ_ମଦ            ଭୁବନେଶ୍ୱର :    ବୁଧବାର ଠାରୁ ରାଜ୍ୟରେ ମଦ କାଉଣ୍ଟରରେ ବିଦେଶୀ ମଦ ଓ ବିୟର ମିଳିବ ।ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି ଯେ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରହିବ ଏବଂ ଏହି ସମୟରେ ଗ୍ରାହକମାନେ ଦୋକାନ କାଉଂଟରରେ ଲାଇନରେ ଛିଡ଼ା ହୋଇ ମଦ କିଣିପାରିବେ । ଏହାଛଡ଼ା ପୂର୍ବଭଳି ହୋମ୍ ଡେଲିଭରି ବ୍ୟବସ୍ଥା ଜାରି ରହିବ ବୋଲି ମଧ୍ୟ ସୂଚନା ଦିଆଯାଇଛି ।
ଆବଶ୍ୟକ ପଡିଲେ କାଉଂଟରରେ ଭିଡ ନିୟନ୍ତ୍ରଣ ପାଇଁ ବ୍ୟାରିକେଡ କରାଯିବ । ଦୋକାନୀ ଚାହିଁଲେ କାଉଂଟରରେ ଅଧିକ କର୍ମଚାରୀ ନିୟୋଜିତ କରିପାରିବେ । ‘ଅନ୍’ ସପ୍ ଗୁଡିକ ‘ଅଫ୍’ ସପ୍ ଭାବେ ବିକ୍ରି କରିପାରିବେ । ଏହାଫଳରେ ଅଧିକ କାଉଂଟରରେ ମଦ ବିକ୍ରି ହୋଇପାରିବ ।
ଏହା ବମ୍ୟତୀତ କାଉଂଟର ବାହାରେ ସ୍ଲଟ୍ ବୁକିଂ ପାଇଁ ଇ-ଟୋକନ ବ୍ୟବସ୍ଥା ରହିବ । ମଦ ବିକ୍ରି କରୁଥିବା କର୍ମଚାରୀ ମାସ୍କ ପିନ୍ଧିବେ । ଗ୍ରାହକ ମାସ୍କ ପିନ୍ଧିନଥିଲେ ମଦ ଦିଆଯିବ ନାହିଁ । ମଦ ଦୋକାନ ଉପରେ ପୁଲିସ ଓ ଅବକାରୀ ବିଭାଗର କଡ଼ା ନଜର ରହିବ । କୋଭିଡ କଟକଣା ଭାଙ୍ଗିଲେ ଜିଲ୍ଲାପାଳ ଦୋକାନ ସିଲ୍ କରିପାରିବେ । ଦୋକାନକୁ ନିୟମିତ ଭାବେ ସାନିଟାଇଜ କରିବାକୁ ହେବ । ମଦ ବିକ୍ରି ସମୟରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଉପରେ ବି ଗୁରୁତ୍ୱ ଦିଆଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।