ଅନ୍ୟ ରାଜ୍ୟରେ ଫସି ରହିଥିବା ଓଡିଆଙ୍କୁ ସହାୟତା ଦେବାକୁ ସମ୍ପୃକ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ମୋ ସରକାର ରେ ସାମିଲ ହେଲା ପଞ୍ଚାୟତିରାଜ ବିଭାଗ ଓ ପାନୀୟ ଜଳ ବିଭାଗ

ଓଡିଶା ବଡ ଖବର

#ମୋ_ ସରକାର _ରେ _ସାମିଲ_ ହେଲା _ପଞ୍ଚାୟତିରାଜ_ ବିଭାଗ _ଓ _ପାନୀୟ _ଜଳ _ବିଭାଗ  ଭୁବ‌ନେଶ୍ବର:  ‘ମୋ ସରକାର’ରେ ସାମିଲ ହୋଇଛି ପଞ୍ଚାୟତିରାଜ ବିଭାଗ ଓ ପାନୀୟ ଜଳ ବିଭାଗ। ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ‘ମୋ ସରକାର’ ଅଧିନକୁ ଆସିଛି ପଞ୍ଚାୟତିରାଜ ବିଭାଗ  ଓ ପାନୀୟ ଜଳ ବିଭାଗ।

ଏହା ପୂର୍ବରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ଗୃହ ବିଭାଗ, ଏସସି ଏସଟି ବିଭାଗ, ନଗର ଉନ୍ନୟନ ବିଭାଗ, ମିଶନ ଶକ୍ତି  ମୋ ସରକାରରେ ସାମିଲ ହୋଇଥିବା ବେଳେ ଏବେ ଯୋଗାଣ ବିଭାଗକୁ ସାମିଲ କରାଯାଇଛି । ତେବେ ସାଧାରଣ ଲୋକଙ୍କ ସମସ୍ୟାକୁ ବୁଝି ତାର ଶୀଘ୍ର ସମାଧାନ କରିବାକୁ ମୋ ସରକାରର କାର୍ଯ୍ୟକାରୀ କରାଯାଇଛି । ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ପାଇଁ ଏହି ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।