ଗୃହ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଂଗ୍ରେସର ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ

ଗୃହ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଂଗ୍ରେସର ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ

ଓଡିଶା କେନ୍ଦ୍ରାପଡା ଜିଲ୍ଲା ରାଜ୍ୟ

#କଂଗ୍ରେସର_ବିକ୍ଷୋଭ_ଓ_କୁଶପୁତ୍ତଳିକା_ଦାହ    କେନ୍ଦ୍ରାପଡା : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସାହଙ୍କ ଓଡିଶା ଗସ୍ତକୁ ବିରୋଧ କରି କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ କରାଯାଇଛି । ଶୁକ୍ରବାର କଂଗ୍ରେସର ବରିଷ୍ଠ ନେତା ଓ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଶତାଧିକ ନେତା ଓ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗୃହ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଦେଶର ବିଭିନ୍ନ ରାଜ୍ୟରେ ଭୟର ବାତାବରଣ ଓ ସିଏଏ, ଏନଆରସି, ଏନପିଆରକୁ ବିରୋଧ କରି ହିଂସାକାଣ୍ଡ ଅବ୍ୟାହତ ଥିବାବେଳେ ଦିଲ୍ଲୀରେ ଦଙ୍ଗାରେ ନିରିହ ବ୍ୟକ୍ତ ପ୍ରାଣ ହରାଉଥିବା ଓ କୋଟିକୋଟି ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ବେଳେ ଗୃହ ମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ନେଇ ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲା ସଭାପତି ଚିନ୍ମୟ ବେଉରାଙ୍କ ସହିତ ମହମ୍ମଦ ଆକବର ଅଲ୍ଲୀ, ପ୍ରଫୁଲ୍ଲ ଦାଶ, ଫକିର ଚରଣ ଖଟୁଆ, ସଞ୍ଜୟ ରାଉତ, ହିିଜବୁର ରହେମାନ, ମୁକତାର ଖାଁ, ମୀର ମୁରସିଦ୍,ଶରତ ବେଉରା, କମଳାକାନ୍ତ ବେହେରା. ସମ୍ବିତ ଶ୍ରୀଚନ୍ଦନ, ସୌମେନ୍ଦ୍ର ପୃଷ୍ଟି, ବିଭାଂଶୁ ଲେଙ୍କା ପ୍ରମୁଖ ଏହି ଆନ୍ଦୋଳନରେ ଭାଗ ନେଇଥିଲେ ।