ଅଗ୍ନିକାଣ୍ଡରେ ୨ ବଖରା ଘର ପୋଡି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଅଗ୍ନିକାଣ୍ଡରେ ୨ ବଖରା ଘର ପୋଡି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଓଡିଶା କେନ୍ଦ୍ରାପଡା ଜିଲ୍ଲା ରାଜ୍ୟ

#ଅଗ୍ନିକାଣ୍ଡରେ_ଲକ୍ଷାଧିକ_ଟଙ୍କାର_ସମ୍ପତ୍ତି_ନଷ୍ଟ     କେନ୍ଦ୍ରାପଡା :  ଅଗ୍ନିକାଣ୍ଡରେ ୨ ବଖରା ଘର ପୋଡି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ କେନ୍ଦ୍ରାପଡା ବ୍ଲକ ଓସ୍ତପୁର ପଞ୍ଚାୟତର କଦଳୀବାଡି ଗ୍ରାମର ହରିଶ ଚନ୍ଦ୍ର ରାଉତଙ୍କ ଘରେ ଏହି ଅଗ୍ନିକାଣ୍ଡ ଘଟି ଘରେଥିବା ଧାନ, ମୁଲ୍ୟବାନ କାଠ ଓ ଅନ୍ୟ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି । ଖବର ପାଇ କେନ୍ଦ୍ରାପଡା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ । ଏହି ଅଗ୍ନିକାଣ୍ଡରେ ତାଙ୍କର ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସମ୍ପତ୍ତି ପୋଡିଯାଇଛି ବୋଲି ପ୍ରାଥମିକ ଆକଳନରୁ ଜଣାପଡିଛି । ଘର ପୋଡି ଖବର ପାଇ ସ୍ଥାନୀୟ ସରପଞ୍ଚଙ୍କ ସହିତ ସମିତି ସଭ୍ୟ ପ୍ରଶନ୍ନ ରାଉତ ଘଟଣାସ୍ଥଳରେ ପହଞ୍ଚି ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଦାବି କରିଛନ୍ତି ।