ଆନ୍ଧ୍ରରୁ ଚାଲିଚାଲି ଆସି ଗାଁକୁ ଲୁଚି ପଳାଉଥିଲେ ପ୍ରବାସୀ

ଆନ୍ଧ୍ରରୁ ଚାଲିଚାଲି ଆସି ଗାଁକୁ ଲୁଚି ପଳାଉଥିଲେ ପ୍ରବାସୀ

ଓଡିଶା ଜିଲ୍ଲା ପୁରୀ

#ଆନ୍ଧ୍ରରୁ_ଚାଲିଚାଲି_ଆସି_ଗାଁକୁ_ଲୁଚି_ପଳାଉଥିଲେ_ପ୍ରବାସୀ          ପିପିଲି : ପ୍ରଶାସନର ଅଜଣାତରେ ଜଣେ ପ୍ରବାସୀ ଓଡିଆ ପିପିଲି ଅଂଚଳକୁ ଚାଲି ଚାଲି ଅସିଥିବା ଜଣାପଡିଛି । ତାଙ୍କୁ ନିକଟସ୍ଥ ତେଇଶିପୁର ଛକରେ ଠାବ କରାଯାଇ କୃପାଜଳ ଇଂଜିନିୟରିଂ କଲେଜରେ ଖୋଲା ଯାଇଥିବା ଜିଲ୍ଲା ଅଭ୍ୟର୍ଥନା କକ୍ଷରେ ରଖାଯାଇଥିଲା ।
ସେଠାରେ ତାଙ୍କ ନାମ ପଂଜିକରଣ କରାଯିବା ପରେ ତାଙ୍କ ନିଜ ଗାଁ ବ୍ରହ୍ମଗିରି ବ୍ଲକ ମାଣପଡା ପଂଚାୟତ ଶିଶୁପୁର ଗ୍ରାମକୁପଠାଯାଇଛି ।ସୁଚନା ଅନୁଯାଇ ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ମାଣପଡା ପଂଚାୟତ ଶିଶୁପୁର ଗ୍ରାମର ସୁଶାନ୍ତ ପ୍ରଧାନ ଆନ୍ଧ୍ରପ୍ରଦେଶର ନେଲୁର ଅଂଚଳରେ ଶ୍ରମିକ ଭାବେ କାମ କରୁଥିଲେ । ଦେଶବ୍ୟାପି ଲକଡାଉନ
ପ୍ରଭାବରେ କଂପାନୀ ବନ୍ଦ ହୋଇଯିବା ପରେ କଂପାନୀ ପକ୍ଷରୁ ଶ୍ରମିକ ମାନଙ୍କୁ ଖାଇବା ରହିବା ସୁବିଧା କରାଗଲା ନାହିଁ । ଫଳରେ ବାଧ୍ୟହୋଇ ନିଜ ଗାଁକୁ ଫେରିବା ପାଇଁ ନିଷ୍ପତି ନେଇଥିଲେ ସୁଶାନ୍ତ ।

ଘଟଣାକ୍ରମରେ ସେ ଆନ୍ଧ୍ରପ୍ରଦେଶରୁ ଚାଲିଚାଲି ଏବଂ କିଛି ସ୍ଥାନରେ ଲିଫ୍ଟି ମାଗି ଅସି ଜଟଣୀ ପର୍ଯ୍ୟନ୍ତ ପହଁଚିଥିଲେ । ଆଜି ସକାଳୁ ଜଟଣୀ ଠାରୁ ଚାଲିଚାଲି ସୁଶାନ୍ତ ପିପିଲିରେ ପଂହଚିଥିଲେ । ପରେ ଜଣେ ବାଇକ ଆରୋହୀ ସହ ପିପିଲି ରୁ ମଙ୍ଗଳପୁର ପର୍ଯ୍ୟନ୍ତ ଯାଇଥିଲେ । ସେଠାରୁ ଚାଲିଚାଲି ପୁରୀ ଅଭିମୁଖେ ଯାଉଥିବା ବେଳେ ତେଇଶିପୁର ଠାରେ କିଛି ଗଣମାଧ୍ୟମ ପ୍ରତିନିଧି ହାବୁଡେ ପଡିଯାଇଥିଲେ । ସେଠାରେ ସୁଶାନ୍ତଙ୍କୁ ପଚରା ଉଚରା ଫଳରେ ସେ ଆନ୍ଧ୍ରରୁ ଫେରୁଥିବାର ଜଣାପଡିଥିଲା । ତେବେ ପ୍ରବାସୀ ଓଡିଆ ଶ୍ରମିକ ଭାବେ ତାଙ୍କର ପଂଜିକରଣ ହୋଇଛି କି ନାହିଁ ଗଣମାଧ୍ୟମ ପ୍ରତିନିଧି ଜଣକ ପିପିଲି ତହସିଲଦାର ସପନ କୁମାର ନନ୍ଦଙ୍କ ସହ ଯୋଗାଯୋଗ କରିଥିଲେ । ତେବେ ତହସିଲଦାର ସପନ କୁମାର ନନ୍ଦ ଘଟଣାକୁ ଗୁରୁତ୍ୱର ସହ ନେଇ ତେଇଶିପୁର ଠାରୁ ଉଦ୍ଧାର କରି ସୁଶାନ୍ତଙ୍କୁ କୃପାଜଳ ଇଂଜିନିୟରିଂ କଲେଜରେ ଖୋଲା ଯାଇଥିବା ଜିଲ୍ଲା ଅଭ୍ୟର୍ଥନା କକ୍ଷକୁ ନେଇଥିଲେ । ସେଠାରେ ତାଙ୍କ ନାମକୁ ପଂଜିକରଣ କରାଯାଇ କଣ୍ଟାକ୍ଟ ଟ୍ରେସିଂ କରାଯାଇଛି । କାହା କାହା ସହ ସେ ମିଶିଥିଲେ ସମସ୍ତ ବିଷୟରେ ଜାଣିବା ପରେ ଥର୍ମାଲ ସ୍କ୍ରିଂନିଂ କରାଯାଇ ଆଂଟିବଡି ରାପିଡ୍ ଟେଷ୍ଟ କରାଯାଇଥିଲା । ସେଠାରୁ ସୁଶାନ୍ତଙ୍କୁ ବ୍ରହ୍ମଗିରି ବ୍ଳକର ମାଣପଡା ପଂଚାୟତକୁ ପଠାଇଦିଆଯାଇଛି । ସେଠାରେ ତାଙ୍କୁ କ୍ୱାରାଣ୍ଟାଇନରେ ୧୪ଦିନ ରଖାଯିବାର ସମସ୍ତ ବ୍ୟବସ୍ଥା ପ୍ରଶାସନ ତରଫରୁ କରାଯାଇଛି ବୋଲି ପିପିଲି ତହସିଲଦାର ସପନ କୁମାର ନନ୍ଦ କହିଛନ୍ତି ।