ଝରି ପଦର ପଥର କ୍ବାରୀରୁ ବେଧଡ଼କ ପଥର ଓ ମୋରମ ମାଟି ଲୁଟ

ଝରି ପଦର ପଥର କ୍ବାରୀରୁ ବେଧଡ଼କ ପଥର ଓ ମୋରମ ମାଟି ଲୁଟ

ଓଡିଶା ଗଞ୍ଜାମ ଜିଲ୍ଲା
#ଝରି_ପଦର_ପଥର_କ୍ବାରୀରୁ_ବେଧଡ଼କ_ପଥର_ଓ_ମୋରମ_ଲୁଟ      ଦିଗପହଣ୍ଡି  : ମହାମାରୀ ଭଳି ବିପତ୍ତି ସମୟରେ ରାଜ୍ୟ ସରକାରଙ୍କୁ ସଭିଏଁ ରାଜକୋଷ ବୃଦ୍ଧି କରିବା ପାଇଁ ପ୍ରତ୍ୟେକ ଦିନ ସାହାଯ୍ୟ ସହଯୋଗ କରି ଆସୁଛନ୍ତି ହେଲେ ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ ଅଧିନସ୍ଥ ଝରିପଦର ପାହାଡକୁ ଦେଖିଦେଲେ କିଭଳି ଏଭଳି ମହା ବିପତ୍ତି ସମୟରେ ମଧ୍ୟ ରାଜସ୍ୱ ଲୁଟିବାରେ ସଭିଏଁ ବ୍ୟସ୍ତ ତାହା ବେଶ ଅନୁଭବ ହେବ। ଲକ ଡାଉନ ସମୟରେ ସମସ୍ତ କାର୍ଯ୍ୟ ବନ୍ଦ ରହିଛି। ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ମଧ୍ୟ ସବିଶେଷ ତଥ୍ୟ ଦାଖଲ କରିବା ପରେ ଅନୁମତି ପତ୍ର ପାଇବା ପରେ ପଥର କ୍ବାରୀରୁ ପଥର ନେଇପାରିବେ। ସେମିତି ସମସ୍ତ ଲଘୁ ଓ ଖଣିଜ ଦ୍ରବ୍ୟ ଉଠାଣ ଓ ଚାଲାଣ ନେଇ କଟକଣା ରହିଛି। ହେଲେ ବଡ ଡୁମୁଲା ରାଜସ୍ୱ ଇଲାକା ଝରିପଦରରେ  ବ୍ୟତିକ୍ରମ ଦେଖାଦେଇଛି। ସେହିପରି ମାସ୍କ  ନପିନ୍ଧି ସାମାଜିକ ଦୂରତ୍ୱ ନରହି ଗୋଡି ବାଡଉଥିବା ଦେଖିବାକୁ ମିଳିଛି। ତହସିଲଦାର କର୍କଟ ରୋଗରେ ପିଡୀତ ହୋଇଥିବା ଶୁଣିବାକୁ ମିଳିଛି। ତାଙ୍କ ସ୍ଥାନରେ ଜଣେ ସୁସ୍ଥ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଉ କିମ୍ବା ସୁସ୍ଥ ରହିଥିବା ଅନ୍ୟ ଅଧିକାରୀ ମାନଙ୍କ ଦ୍ୱାରା ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଲେ ରାଜସ୍ୱ ହାନୀରୁ ବର୍ତ୍ତିପାରିବ ବୋଲି ସମାଲୋଚନା ହେଉଛି।