ଆଣ୍ଡାମାନ-ନିକୋବରରୁ ଫେରିଲେ ୧୮୦ ପ୍ରବାସୀ

ଆଣ୍ଡାମାନ-ନିକୋବରରୁ ଫେରିଲେ ୧୮୦ ପ୍ରବାସୀ

ଓଡିଶା ବଡ ଖବର

#ଆଣ୍ଡାମାନ-ନିକୋବରରୁ_ଫେରିଲେ_୧୮୦_ପ୍ରବାସୀ            ଭୁବନେଶ୍ୱର  : ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଫସିଥିବା ୧୮୦ ଜଣ ଓଡିଆ ପ୍ରବାସୀ ସୋମବାର ଓଡିଶା ଫେରିଛନ୍ତି । ଏୟାର ଏସିଆର ସ୍ୱତନ୍ତ୍ର ବିମାନ ଯୋଗେ ସେମାନେ ଅପରାହ୍ନ ୧୨ଟା୫୦ ମିନିଟରେ ଭୁବନେଶ୍ୱରରେ ପହଂଚିଥିଲେ ।
ରାଜ୍ୟ ସରକାରଙ୍କର ସ୍ୱତନ୍ତ୍ର ଉତ୍ସର୍ଗିକୃତ ଅଧିକାରୀ ମାନଙ୍କୁ ନେଇ ଗଠିତ ଦଳ ଗୁଡିକ ସମ୍ପୃକ୍ତ ରାଜ୍ୟସରକାର ଏବଂ ଫେରି ଆସୁଥିବା ପ୍ରବାସୀ ଓଡିଆମାନଙ୍କ ସହ ଯୋଗାଯୋଗ କରିଥିଲେ । କୋଭିଡ୍-୧୯ ନିୟମାବଳୀ ଅନୁଯାୟୀ ଆବଶ୍ୟକ ସମସ୍ତ ଔପ·ରିକତା ସମ୍ପନ୍ନ କରି ଫେରିଆସୁଥିବା ପ୍ରତ୍ୟେକ ପ୍ରବାସୀ ଓଡିଆଙ୍କୁ ଆଣ୍ଡାମାନ ଦ୍ୱୀପପୁଞ୍ଜ ଗୁଡିକର ବିଭିନ୍ନ ସ୍ଥାନରୁ ବିମାନ ବନ୍ଦରକୁ ଆଣିବାର ସମସ୍ତ ସୁବନ୍ଦୋବସ୍ଥ କରାଇଥିଲେ ।
ବର୍ତମାନ ସୁଦ୍ଧା ମଣିପୁର, ନାଗାଲାଣ୍ଡ, ତ୍ରିପୁରା, ମେଘାଳୟ, ଆସାମ, ହିମାଚଳ ପ୍ରଦେଶ ଏବଂ ଜାମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରେ ଫସି ରହିଥିବା ୬୦୦ ରୁ ଉର୍ଦ୍ଧ୍ୱ ପ୍ରବାସୀ ଓଡିଆଙ୍କୁ ବିମାନ ଯୋଗେ ସ୍ଥାନାନ୍ତରୀଣ କରାଯାଇଛି ।
ଦେଶର ବିଭିନ୍ନ ଦୁର୍ଗମ ପ୍ରାନ୍ତରେ ଫସି ରହିଥିବା ପ୍ରବାସୀ ଓଡିଆ ମାନଙ୍କୁ ଯେଉଁଠାରେ ରେଳ ସେବା ଉପଲବ୍ଧ ନାହିଁ ବା ଯାନବାହନ ଦ୍ୱାରା ସ୍ଥାନାନ୍ତରିତ କରିବା ମଧ୍ୟ ସମ୍ଭବପର ନୁହେଁ, ସେମାନଙ୍କୁ ବିମାନ ସେବା ଦ୍ୱାରା ରାଜ୍ୟକୁ ସ୍ଥାନାନ୍ତରିତ କରାଯାଉଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଶ୍ରମିକ ଟ୍ରେନ ଯୋଗେ ୩ ଲକ୍ଷରୁ ଅଧିକ ପ୍ରବାସୀଙ୍କୁ ଅଣାଯାଇଥିବା ସ୍ଥଳେ ବହୁ ସଂଖ୍ୟକ ପ୍ରବାସୀଙ୍କୁ ସଡକ ପଥରେ ଅଣାଯାଇଛି ।