ପାରାଭାଡି କଳସ ନିର୍ମାଣରେ ବ୍ୟସ୍ତ ବିଶ୍ୱକର୍ମା ମହାରଣା

ପାରାଭାଡି କଳସ ନିର୍ମାଣରେ ବ୍ୟସ୍ତ ବିଶ୍ୱକର୍ମା ମହାରଣା

ଓଡିଶା ଜିଲ୍ଲା ପୁରୀ

#ପାରାଭାଡି_କଳସ_ନିର୍ମାଣରେ_ବ୍ୟସ୍ତ_ବିଶ୍ୱକର୍ମା_ମହାରଣା         ପୁରୀ  : ଚଳିତମାସ ୨୩ ତାରିଖରେ ଶ୍ରୀଗୁଣ୍ଡିଚା ରଥଯାତ୍ରା । ଏହାକୁ ସ୍ନାନଯାତ୍ରା ପରି ସମାପନ କରିବା ପାଇଁ ପ୍ରଶାସନ ଅଂଟା ଭିଡିଛି । ରଥ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଥିବା ବେଳେ ସୋମବାର ଦିନ ଚିତ୍ରକର ସେବାୟତମାନେ ରଥରେ ରଙ୍ଗଦେବା ଆରମ୍ଭ କରିଛନ୍ତି । ରଥଖଳାରେ ବିଶ୍ୱକର୍ମା ମହାରଣାମାନେ ଭୂଇଁ ଉଠିବା ପରେ ପୋଟଳ ଓ କଳସ ନିର୍ମାଣରେ ବ୍ୟସ୍ତ ରହିଛନ୍ତି । ଦୋଳବେଦୀ କୋଣରେ ଅସ୍ଥାୟୀ କମାର ଶାଳରେ ରଥ ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ କିସମର କଂଟା ପର୍ଯ୍ୟାୟକ୍ରମେ ନିର୍ମାଣ କରି ଯୋଗାଉଛନ୍ତି । ରଥରେ ଚକ, ଅଖ, ଦଣ୍ଡା, ନାହାକା, ପ୍ରଥମଭୂଇଁ, ଦ୍ୱିତୀୟ ଭୂଇଁ ଓ ତୃତୀୟଭୂଇଁ ପରେ ପୋଟଳ ବସାଯିବ । ଏଥିପାଇଁ ମହାରଣାମାନେ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି ।