ଜିଲ୍ଲାପାଳ ଓ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦ୍ବାରା ମେଡିକେଟେଡ ମଶାରୀ ବଣ୍ଟନ

ଜିଲ୍ଲାପାଳ ଓ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦ୍ବାରା ମେଡିକେଟେଡ ମଶାରୀ ବଣ୍ଟନ

ଓଡିଶା ଜିଲ୍ଲା ରାୟଗଡା
#ମେଡିକେଟେଡ_ମଶାରୀ_ବଣ୍ଟନ      ରାୟଗଡା  : କୋଭିଡ ୧୯ ରେ ଯୋଦ୍ଧା ରୂପେ ରାୟଗଡା ଜିଲ୍ଲାରେ  ସିଆରପିଏଫ ଯବାନ ମାନେ ନିଜ କାର୍ଯ୍ୟ କୁ ସୁଚାରୁ ରୁପେ ସମ୍ପାଦନ କରି ଆସିଛନ୍ତି।  ସମସ୍ତଙ୍କ ଉଦ୍ୟମ ଫଳରେ ଆଜି ରାୟଗଡା ଜିଲ୍ଲା କୋଭିଡ ୧୯ ରୁ ମୁକ୍ତ ରହି ଏକ ସବୁଜ ଜିଲ୍ଲା ରୂପେ ନିଜର ସ୍ଥିତି ଜାହିର କରିପାରିଛି । ଜିଲ୍ଲାରେ ଡେଙ୍ଗୁ ମଶାଙ୍କ ପ୍ରାଦୁର୍ଭାବରୁ ସିଆରପିଏଫ ଯବାନ ମାନଙ୍କୁ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ୧୫୦୦ ମେଡିକେଟେଡ ମଶାରୀ  ବଣ୍ଟନ କରିଛନ୍ତି ।
ଜିଲ୍ଲାରେ ଡେଙ୍ଗୁ ମଶାଙ୍କ ପ୍ରାଦୁର୍ଭାବ ଯୋଗୁ ସରକାର ଗ୍ରାମ ମାନଙ୍କରେ ଆବଣ୍ଟନ ପାଇଁ ମଶାରୀ ଯୋଗାଇ ଦେଖଥାନ୍ତି କିନ୍ତୁ ଚଳିତଥର ଏଥିରେ ବ୍ୟାପକ ମନିୟମିତତା ହୋଇଛି।ଦୁଃଖର ବିଷୟ ଜିଲ୍ଲାପାଳ ଓ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ଦୃଷ୍ଟି ଉଚ୍ଚକୋଟୀର, ହେଲେ ଦୀପ ତଳ ଅନ୍ଧାର। ଏହାର ଉଦାହରଣ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ରେ। ଗତ କିଛିଦିନ ତଳେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରତ୍ୟେକ ଗ୍ରାମରେ ମଶାରୀ ବଣ୍ଟନ ପାଇଁ ସରକାର ଲକ୍ଷ ଲକ୍ଷ ମଶାରୀ ରାୟଗଡା ଜିଲ୍ଲାକୁ ଦେଇଛନ୍ତି । ଗ୍ରାମବାସୀଙ୍କ ସଂଖ୍ୟା ଅନୁସାରେ ମଶାରୀ ବଣ୍ଟନ କରିବା ପାଇଁ ରାଜ୍ୟ ସରକାର ଆଦେଶ ନାମା ରହିଛି। କିନ୍ତୁ ପ୍ରତ୍ୟେକ ଗ୍ରାମରେ ଆବଶ୍ୟକ ମଶାରୀ ଅନୁସାରେ ମଶାରୀ ଦିଆ ଯାଇନି ଫଳରେ ଗ୍ରାମ ବା ପଞ୍ଚାୟତ ରେ ଥୁବା ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ ଓ ଅଙ୍ଗନଓ୍ବାଡି କର୍ମୀଙ୍କ ମୁଣ୍ଡରେ ଚଡକ ପଡିଛି , ଗ୍ରାମରେ ଥିବା ଲୋକ ସଂଖ୍ୟା ଠାରୁ ଏତେ କମ ପରିମାଣର  ମଶାରୀ ଦିଆ ଯାଇଛି କାହାକୁ ବାଣ୍ଟିବୁ ଓ କାହାକୁ ଛାଡ଼ିବୁ ବୋଲି ଅଧିକାଂଶ ଗ୍ରାମରେ ବର୍ତ୍ତମାନ ମଶାରୀ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇ ନ ଥିବା ଦେଖିବାକୁ ମିଳିଛି। ଏହା ଫଳରେ ରାୟଗଡା ଜିଲ୍ଲା ରେ ଦିନକୁ ଦିନ ଡେଙ୍ଗୁ ର ଆତଙ୍କ ଓ ଡେଙ୍ଗୁ ମଶା ନିଜର କାୟା ବିସ୍ତାର  କରିବାରେ ଲାଗିଛି। ଏଥି ପ୍ରତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେଇ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ବାସୀ ନିବେଦନ କରିଛନ୍ତି ।