ଡମଣାରେ କରୋନା ପଜିଟିଭ୍ ଚିହ୍ନଟ

ଡମଣାରେ କରୋନା ପଜିଟିଭ୍ ଚିହ୍ନଟ

ଓଡିଶା ମହାନଗର

#ଡମଣାରେ_କରୋନା_ପଜିଟିଭ୍_ଚିହ୍ନଟ           ଭୁବନେଶ୍ୱର : ସୋମବାର ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଂଚଳରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ବ୍ୟକ୍ତି ଭୁବନେଶ୍ୱର ଡମଣା ଅଂଚଳର ୨୫ ବର୍ଷୀୟ ଯୁବକ । ସେ ନିକଟରେ ମୁମ୍ବାଇରୁ ଫେରି ହୋମ୍ କ୍ୱାରେଂଟାଇନ୍ ରେ ଥିଲେ । ତାଙ୍କର କଂଟାକ୍ଟ ଟ୍ରେସିଂ ଜାରୀ ରହିଥିବା ବେଳେ ବର୍ତମାନ ସୁଦ୍ଧା ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ କ୍ୱାରେଂଟାଇନ୍ ରେ ରଖାଯିବା ସହ ଆଖପାଖ ଅଂଚଳକୁ ସାନିଟାଇଜ୍ କରାଯାଇଛି । ଏସମ୍ପର୍କରେ ବିଏମସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।
ସେହିପରି ଗତ ୨୪ ଘଂଟା ମଧ୍ୟରେ ବିଏମସି ଅଂଚଳରେ ୨ ଜଣ କରୋନା ପଜିଟିଭ୍ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଶୈଳଶ୍ରୀ ବିହାର ଅଂଚଳର ଜଣେ ୨୩ ବର୍ଷୀୟ ଯୁବକ ରହିଥିବା ବେଳେ ଆଉ ଜଣେ ନୟାପଲ୍ଲୀ ଅଂଚଳର ୪୬ ବର୍ଷୀୟ ବ୍ୟକ୍ତି ଅଛନ୍ତି ।
ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ବିଏମସି ଅଂଚଳରେ ୮୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୫୩ ଜଣ ସୁସ୍ଥ ହୋଇଛନ୍ତି । ବର୍ତମାନ ଭୁବନେଶ୍ୱରରେ ୩୩ ଟି ସକ୍ରିୟ ମାମଲା ରହିଛି । ସେହିପରି ୩ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି ।