ଅରଗଳ ଗ୍ରାମରେ ଦଳିତଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ଅରଗଳ ଗ୍ରାମରେ ଦଳିତଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ଓଡିଶା କେନ୍ଦ୍ରାପଡା ଜିଲ୍ଲା ରାଜ୍ୟ

#ଅରଗଳ_ରାମରେ_ଦଳିତଙ୍କୁ_ମିଳୁନି_ପ୍ରଧାନମନ୍ତ୍ରୀ_ଆବାସ_ଯୋଜନା    କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଅରଗଳ ଗ୍ରାମରେ ବସବାସ କରୁଥିବା ଦଳିତ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଗୃହ ନିର୍ମାଣ ତାଲିକାରେ ସାମିଲ୍ କରାଯାଇନଥିବା ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଛି । ଗୁରୁବାର ଏହି ଗ୍ରାମର ଶତାଧିକ ଲୋକ ଜିଲ୍ଲାପାଳଙ୍କୁ ଭେଟି ଦୀର୍ଘ ବର୍ଷ ହେଲା ସେମାନେ ସେହି ସ୍ଥାନରେ ରହି ମୁଲ ମଜୁରୀ କାମ କରୁଛନ୍ତି । ମାଟିକାନ୍ଥ ଓ ଚାଳ ଘରେ ନିଜ ପିଲାଛୁଆଙ୍କୁ ଧରି ଜୀବନ ବିତାଉଛନ୍ତି । ବର୍ଷାଦିନେ କଷ୍ଟରେ ପରିବାର ସହିତ ଏମାନେ ଝଡି ବର୍ଷା ସହି ଜୀବନ ବିତାଉଥିଲେ ମଧ୍ୟ ସରକାରୀ ଯୋଜନାରେ ପ୍ରଧାନମନ୍ତ୍ରୀ ଆବାସ ପାଇଁ କରାଯାଉନାହିଁ । ଏହି ପରିବାରର ସରପଂଚ, ବ୍ଲକ ଅଧ୍ୟକ୍ଷ, ବିଡିଓଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୈାଣସି ସୁଫଳ ନମିଳିବାରୁ ଗୁରୁବାର ପ୍ରମୋଦ କୁମାର ମଲ୍ଲିକ, ପିତାମ୍ବର ମଲ୍ଲିକ, ଦୁର୍ଯ୍ୟୋଧନ ଜେନା, କେଦାରନାଥ ଜେନା, ଝୁନେଶ ଜେନା, ବିଦ୍ୟାଧର ଜେନା ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଆବାସ ଯୋଜନା ପାଇଁ ଦାବି କରିଛନ୍ତି ।