ରାଜସ୍ୱ ଆଦାୟର ଲକ୍ଷ୍ୟ ପୂରଣ ପାଇଁ ସମୀକ୍ଷା ବୈଠକ

ରାଜସ୍ୱ ଆଦାୟର ଲକ୍ଷ୍ୟ ପୂରଣ ପାଇଁ ସମୀକ୍ଷା ବୈଠକ

ଓଡିଶା କେନ୍ଦ୍ରାପଡା ଜିଲ୍ଲା ରାଜ୍ୟ

#ରାଜସ୍ୱ_ଆଦାୟର_ଲକ୍ଷ୍ୟ_ପୂରଣ_ପାଇଁ_ସମୀକ୍ଷା_ବୈଠକ    କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ରାଜସ୍ୱ ବିଭାଗର ସମୀକ୍ଷା ବୈଠକ ଗୁରୁବାର ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସାମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ରଙ୍କ ସମେତ ସମସ୍ତ ତହସିଲର ତହସିଲଦାର, ସମସ୍ତ ରେଜିଷ୍ଟାର ଓ ରାଜସ୍ୱ ବିଭାଗର କର୍ମକର୍ତା ଉପସ୍ଥିତ ରହି ରାଜସ୍ୱ ଆଦାୟ ସଂପର୍କରେ ଲକ୍ଷ୍ୟ ହାସଲ କରିବା ପାଇଁ ଉଦ୍ୟମ କରିବାକୁ ନିଷ୍ପତି ନେଇଥିଲେ । କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣଙ୍କୁ ଉତମ ବ୍ୟବହାର ପ୍ରଦର୍ଶନ ସହିତ ତାଙ୍କର କାର୍ଯ୍ୟ ତୁରନ୍ତ କରିବା ସହିତ ୫ଟି ଓ ମୋ ସରକାରର ଗାଇଡ୍ ଲାଇନ୍କୁ ପାଳନ କରିବାପାଇଁ ଏହି ସମୀକ୍ଷା ବୈଠକରେ ନିଷ୍ପତି ନିଆଯାଇଥିଲା । ଆୟୋଜିତ ଏହି ବୈଠକରେ ଜରୁରୀ କାଳୀନ ଅଧିକାରୀ ସମ୍ଭିତ୍ ଶତପଥି, ଆସିଷ୍ଟାଂଟ୍ କଲେକ୍ଟର ଶିବ ପ୍ରସାଦ ମଲ୍ଲିକ, ଭରତ ଚନ୍ଦ୍ର ପରିଡା, ଶର୍ମିଷ୍ଠା ମାହାଳୀଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।