ଚୋରା ଚାଲାଣ ହେଉଥିବା ୨୦୦୦ ଲିଟର କିରୋସିନ ଜବତ କଲେ ଗ୍ରାମବାସୀ

ଚୋରା ଚାଲାଣ ହେଉଥିବା ୨୦୦୦ ଲିଟର କିରୋସିନ ଜବତ କଲେ ଗ୍ରାମବାସୀ

ଓଡିଶା ଅପରାଧ ଜଗତସିହଂପୁର ଜିଲ୍ଲା

#୨୦୦୦_ଲିଟର_କିରୋସିନ_ଜବତକଲେ_ଗ୍ରାମବାସୀ              ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ତେନ୍ତୁଳିବେଳରି ନଗରପଡ଼ାରେ କିରୋସିନ ଚୋରା ଚାଲାଣ ବେଳେ ଗ୍ାମବାସୀ ୨୦୦୦ଲିଟର ଧରିଛନ୍ତି। ଜିଲ୍ଲାରେ କିଛି ଦିନ ହେବ କିରୋସିନ ଚୋରା ଚାଲାଣ ହେଉଥିବାରଅଭିଯୋଗ ଶୁଣିବାକୁ ମିଳୁଥିଲା। ହେଲେ ଗତ ରାତିରେ ଅନ୍ଧାରର ସୁଯୋଗ ନେଇ ଚୋରା ଚାଲାଣ କରାଯାଉଥିବା ବେଳେ ଗ୍ରାମବାସୀଙ୍କ ନଜରରେ ଧରାପଡିଛି। ଏକ ଗାଡ଼ିରେ ୮ ଟା ବ୍ୟାରେଲ ଓ ୩ ଟି ଜାରରେ ପାଖାପାଖି ୨୦୦୦ ଲିଟର କିରୋସିନ ପଡିଛି । ଏତେ ପରିମାଣରେ କିରୋସିନ କେଉଁଠୁ ଆସିଲା। ଜିଲ୍ଲାରେ ହିତାଧିକାରୀମାନଙ୍କୁ କିରୋସିନ ନ ଦେଇ ଡିଲର ଚୋରାରେ ଅଧିକ ଦରରେ ଏହାକୁ ବିକ୍ରି  କରୁଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ହେଉଥିଲା। ଘଟଣା ସ୍ଥଳରେ ସାମାନ୍ୟ ଉତ୍ତେଜନା ଦେଖାଦେଇଛି। ଏହି ଘଟଣା ଜଗତସିଂହପୁର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।  କିରୋସିନ ଚୋରା ଚାଲାଣକାରୀ ଡିଲରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।