‘ଅମ୍ପନ’ ଯୋଗୁଁ ରାଜ୍ୟର ୩୪ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ପ୍ରଭାବିତ

‘ଅମ୍ପନ’ ଯୋଗୁଁ ରାଜ୍ୟର ୩୪ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ପ୍ରଭାବିତ

ଓଡିଶା ବଡ ଖବର

#୩୪_ଲକ୍ଷ_ବିଦ୍ୟୁତ୍_ଉପଭୋକ୍ତା_ପ୍ରଭାବିତ      ଭୁବନେଶ୍ୱର  : ସାମୁଦ୍ରିକ ଝଡ଼ ‘ଅମ୍ଫାନ’ ଯୋଗୁଁ ରାଜ୍ୟର ୩୪ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ପ୍ରଭାବିତ ହୋଇଥିବା ନେଇ ସୂଚନା ଦେଇଛନ୍ତି ଶକ୍ତି ସଚିବ ବିଷ୍ଣୁପଦ ସେଠୀ । ସେ କହିଛନ୍ତି, ମୋଟ ୩୪ ଲକ୍ଷ ଉପଭୋକ୍ତାଙ୍କ ମଧ୍ୟରୁ ନେସ୍କୋ ଅଧିନରେ ଥିବା ୧୫ ଲକ୍ଷ ଉପଭୋକ୍ତା, ସେସୁର ଅଧିନରେ ଥିବା ୧୭ ଲକ୍ଷ ଉପଭୋକ୍ତା ଏବଂ ସାଉଥକୋ ଅଧିନରେ ଥିବା ୧ ଲକ୍ଷ ୬୦ ହଜାର ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି । ଶ୍ରୀ ସେଠୀ କହିଛନ୍ତି ଯେ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଅଧିକାଂଶ ବିଦ୍ୟୁତ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି ।
ସେ କହିଛନ୍ତି ଯେ ନେସକୋ ଓ ସେସୁ ପାଇଁ ଏବେ ୩୨୭ଟି ଟିମ କରୁଛନ୍ତି । ଯୁଦ୍ଧକାଳୀନ ଭିତିରେ କାମ କରୁଛନ୍ତି । କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ବାତ୍ୟା ଯୋଗୁଁ ପବନର ଗତି ଅଧିକ ଦେଖାଯାଇଥିଲା । ଏହି ୨ଟି ଜିଲ୍ଲାରେ ବିଦ୍ୟୁତ ଜନିତ କ୍ଷୟକ୍ଷତିକୁ ଦୃଷ୍ଟିିରେ ରଖି ଆମର ଟିମ ପେଟ୍ରୋଲିଂ ପାଇଁ ଯାଇଛନ୍ତି ।

ସେ କହିଛନ୍ତି ଯେ ସାଉଥକୋ ଅଂଚଳରେ କ୍ଷତି ହୋଇଥିବା ବିଦ୍ୟୁତ ଜନିତ ସମସ୍ୟାର ସମାଧାନ ହୋଇସାରିଛି । ସେ କହିଛନ୍ତି, ଟୁଇନସିଟି ଭୁବନେଶ୍ୱର ଓ କଟକରେ ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ ସରହବରାହ ହୋଇସାରିଛି । ହସ୍ପିଟାଲ, ପାନୀୟ ଜଳ ପକଳ୍ପ ଓ ସରକାରୀ କାର୍ଯ୍ୟାଳୟକୁ ଆଗାମୀ ୧୨ ଘଂଟା ମଧ୍ୟରେ ବିଦ୍ୟୁତ ସଂଯୋଗ କରାଯିବା କାମ ଶେଷ ହେବ । ସେ କହିଛନ୍ତି, ବିଦ୍ୟୁତ ଜନିତ ସମସ୍ୟା ପାଇଁ ନିୟନ୍ତ୍ରଣ ରୁମ ଖୋଲାଯାଇଛି ।