ଗୋ୧୯ ଜିଲ୍ଲାରୁ ସୁସ୍ଥ ହେଲେ ୪୦୧ କରୋନା ଆକ୍ରାନ୍ତ

ଗୋଟିଏ ଦିନରେ ଭୁବନେଶ୍ୱରରୁ ରେକର୍ଡ ସଂଖ୍ୟକ ୯୦ ଜଣ କରୋନା ପଜିଟିଭ୍

ଓଡିଶା ବଡ ଖବର ମହାନଗର

#ଭୁବନେଶ୍ୱରରୁ_ରେକର୍ଡ_ସଂଖ୍ୟକ_୯୦_କରୋନା_ପଜିଟିଭ୍            ଭୁବନେଶ୍ୱର  : କରୋନା ଆକ୍ରାନ୍ତ ଚିହ୍ନଟରେ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି ରାଜଧାନୀ ଭୁବନେଶ୍ୱର । ବୁଧବାର ଗୋଟିଏ ଦିନରେ ଭୁବନେଶ୍ୱରରୁ ରେକର୍ଡ ସଂଖ୍ୟକ ୯୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୯୦ ଟି ମାମଲା ମଧ୍ୟରୁ ୬୩ ଟି କ୍ୱାରେଂଟାଇନ୍ ମାମଲା ହାଇଥିବା ବେଳେ ୨୭ଟି ଲୋକାଲ କଂଟାକ୍ଟ କେସ୍ ରହିଛି । ଅନ୍ୟପକ୍ଷରେ ୨୪ ଜଣ ସୁସ୍ଥ ହୋଇଛନ୍ତି । ଏଥିସହ ଭୁବନେଶ୍ୱରର ମୋଟ ଆକ୍ରାନ୍ତ ସଂଖ୍ୟା ୮୦୦ ଟପି ୮୫୯ରେ ପହଂଚିଛି । ସେମାନଙ୍କ ମଧ୍ୟରୁ ୩୮୫ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତମାନ ୪୬୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ସେହିପରି କରୋନାରେ ୧୧ ଜଣ ମୃତ୍ୟୁବରଣ କରିଥିବା ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।
୬୩ଟି କ୍ୱାରେଂଟାଇନ୍ ମାମଲା ମଧ୍ୟରୁ ରସୁଲଗଡ଼ ସବର ସାହି ଅଂଚଳରୁ ଜଣେ ୨୬ବର୍ଷ ପୁରୁଷ, ନୟାପଲ୍ଲୀ ଏନ୍-୫ ଅଂଚଳରୁ ଜଣେ ୨୭ବର୍ଷର ପୁରୁଷ, ଖଣ୍ଡଗିରି କୋଳଥିଆ ଅଂଚଳରୁ ଜଣେ ୨୨ବର୍ଷୀୟ ମହିଳାଙ୍କ ସମେତ ୫୨ବର୍ଷ ଓ ୨୮ବର୍ଷର ପୁରୁଷ, ଝାରପଡ଼ା ଜଗନ୍ନାଥ ନଗର ଅଂଚଳରୁ ଜଣେ ୩୯ବର୍ଷର ପୁରୁଷ, ୟୁନିଟ-୬ ଗଙ୍ଗନଗରରୁ ଜଣେ ୧୫ବର୍ଷର ବାଳକ, ସାଲିଆ ସାହି ଶ୍ରୀକୃଷ୍ଣ ନଗରରୁ ୭ଜଣ (୫୫ବର୍ଷ, ୨୯ବର୍ଷ, ୧୬ବର୍ଷ, ୩୮ବର୍ଷର ମହିଳା ଓ ୩୮ବର୍ଷ, ୩୨ବର୍ଷ ଓ ୩୬ବର୍ଷର ପୁରୁଷ) କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ସରକାରୀ ସଙ୍ଗରୋଧ କେନ୍ଦ୍ରରୁ ଯଥାକ୍ରମେ ୩୨ବର୍ଷ,୨୪ବର୍ଷ, ୭୫ବର୍ଷ, ୪୭ବର୍ଷ, ୧୫ବର୍ଷ, ୫୦ବର୍ଷ, ୨୮ବର୍ଷ, ୩୮ବର୍ଷ, ୧୦ବର୍ଷ ଓ ୩୮ବର୍ଷର ପୁରୁଷ ରହିଥିବା ବେଳେ ଜଣେ ୫ବର୍ଷ ଶିଶୁ ବି କରୋନା ଆକ୍ରାନ୍ତ ହୋଇଛି । ଏଥିସହିତ ଉକ୍ତ ସଙ୍ଗରୋଧ କେନ୍ଦ୍ରରୁ ୩୫ବର୍ଷ, ୧୫ବର୍ଷ,୨୬ବର୍ଷ, ୭୫ବର୍ଷ, ୩୫ବର୍ଷ, ୭୯ବର୍ଷ, ୧୩ବର୍ଷ, ୪୨ବର୍ଷ, ୧୪ବର୍ଷର,୩୨ବର୍ଷ, ୨୩ବର୍ଷର ମହିଳା କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।
କେନ୍ଦ୍ର ସରକାରଙ୍କ ପରିଚାଳିତ ହସ୍ପିଟାଲର ଜଣେ ୨୪ବର୍ଷୀୟ କର୍ମଚାରୀଙ୍କ ସମେତ ଚନ୍ଦ୍ରଶେଖରପୁର ବିଡିଏ କଲୋନିରୁ ୫୦ବର୍ଷ ଓ ୧୬ବର୍ଷର ଦୁଇଜଣ ପୁରୁଷ, ଖଣ୍ଡଗିରି ବାରିରୁ ଜଣେ ୨୨ବର୍ଷର ମହିଳା, ଡୁମଡୁମାରୁ ୩୧ବର୍ଷର ଜଣେ ପୁରୁଷ, ନୟାପଲ୍ଲୀ ବେହେରା ସାହିରୁ ଜଣେ ୪୦ବର୍ଷର ପୁରୁଷ, ଘରୋଇ ହସ୍ପିଟାଲରୁ ଜଣେ ୨୨ବର୍ଷର କର୍ମଚାରୀ, ପୋଖରୀପୁଟ ଲିଙ୍ଗରାଜ ବିହାର ଅଂଚଳରୁ ଜଣେ ୪୮ବର୍ଷର ପୁରୁଷ, ରାସୁଲଗଡ଼ ଚଣ୍ଡିମାତା ମନ୍ଦିର ଅଂଚଳରୁ ଜଣେ ୫୮ବର୍ଷର ମହିଳା, ନୟାପଲ୍ଲୀ ସୀତାପୁର ବସ୍ତିରୁ ଜଣେ ୨୪ବର୍ଷର ପୁରୁଷ, ଘରୋଇ ହସ୍ପିଟାଲ୍ ରୁ ଜଣେ ୨୬ବର୍ଷର ମହିଳା କର୍ମଚାରୀ , ପାହାଳ ପୁଲିସ ଆଉଟପୋଷ୍ଟ ନିକଟରୁ ୩୧ବର୍ଷ, ୨୬ବର୍ଷ, ୩୫ବର୍ଷ, ୫୦ବର୍ଷ, ୩୧ବର୍ଷ,୨୧ବର୍ଷ, ୩୪ବର୍ଷ, ୩୫ବର୍ଷ, ୩୩ବର୍ଷ, ୫୧ବର୍ଷର ଓ ୨୨ବର୍ଷର ପୁରୁଷ, ଚକେଇସିଆଣି ଅଂଚଳରୁ ଜଣେ ୩୮ବର୍ଷର ମହିଳା, ହଂସପାଳରୁ ଜଣେ ୨୪ବର୍ଷର ମହିଳା, ନାଗେଶ୍ୱରଟାଙ୍ଗୀ ରବି ଟକିଜରୁ ଜଣେ ୨୫ବର୍ଷର ପୁରୁଷ, ଗଣ୍ଡମୁଣ୍ଡା ଅଂଚଳରୁ ଜଣେ ୪୯ବର୍ଷର ପୁରୁଷ, ମେଂଚଶ୍ୱର ରଙ୍ଗମାଟିଆ ଅଂଚଳରୁ ଜଣେ ୬୯ବର୍ଷର ପୁରୁଷଙ୍କ କରୋନା ରିପୋର୍ଟ ପିଜିଟିଭ୍ ଆସିଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ପୂର୍ବରୁ ଚିହ୍ନଟ ପଜିଟିଭ୍ ଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ।
୨୭ଟି ସ୍ଥାନୀୟ ମାମଲା ମଧ୍ୟରୁ ବିଜେବି ନଗରରୁ ଜଣେ ୨୭ବର୍ଷର ପୁରୁଷ, ଜଗମୋହନ ଜାଗମରାରୁ ଜଣେ ୨୬ବର୍ଷର ପୁରୁଷ, ଘାଟିକିଆରୁ ଜଣେ ୫୦ବର୍ଷର ପୁରୁଷ, ଲକ୍ଷ୍ମୀସାଗରରୁ ଜଣେ ୬୨ବର୍ଷର ମହିଳା, ପୋଖରୀପୁଟ ଡିଏଭି ସ୍କୁଲ ନିକଟରରୁ ୬୧ବର୍ଷ, ୮୪ବର୍ଷର ଦୁଇଜଣ ପୁରୁଷ, ଓଲଡ ଟାଉନ୍ ପୁନାମା ଗେଟ ଅଂଚଳରୁ ଜଣେ ୪୮ବର୍ଷର ପୁରୁଷ, ଖଣ୍ଡଗିରି ପିପିଏଲ୍ କଲୋନିରୁ ଜଣେ ୨୩ବର୍ଷର ପୁରୁଷ, ଭରତପୁର ମହାଲକ୍ଷ୍ମୀ ବିହାରରୁ ୫୨ବର୍ଷର ପୁରୁଷ, ରସୁଲଗଡ଼ ଓସିସି କଲୋନି ଅଂଚଳରୁ ଜଣେ ୩୬ବର୍ଷର ପୁରୁଷ, ଚନ୍ଦ୍ରଶେଖରପୁର ନୀଳାଦ୍ରି ବିହାର ଅଂଚଳରୁ ଜଣେ ୩୧ବର୍ଷର ପୁରୁଷ, ଚନ୍ଦ୍ରଶେଖରପୁର ବିଡିଏ କଲୋନିରୁ ଜଣେ ୫୭ବର୍ଷର ପୁରୁଷ,ବିଶ୍ୱେଶ୍ୱରା ବସ୍ତିରୁ ଜଣେ ୪୦ବର୍ଷର ପୁରୁଷ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି ।
ଏମାନଙ୍କ ବ୍ୟତୀତ ନୟାପଲ୍ଲୀ ଗଜପତି ନଗର ବସ୍ତିରୁ ଜଣେ ୩୦ବର୍ଷର ମହିଳା, ୟୁନିଟି-୪ ଏମ୍ଏଲ୍ଏ କଲୋନିରୁ ଜଣେ ୨୭ବର୍ଷର ପୁରୁଷ, ରସୁଲଗଡ଼ ଜିଜିପି କଲୋନିରୁ ଜଣେ ୧୬ବର୍ଷ ଓ ୫୦ବର୍ଷର ପୁରୁଷ, ଖଣ୍ଡଗିରି ଅଂଚଳରୁ ଜଣେ ୬୫ବର୍ଷର ପୁରୁଷ, ମହାବୀର ବସ୍ତି ଟ୍ରାଇଡେଂଟ କଲେଜ ନିକଟରୁ ଜଣେ ୨୩ବର୍ଷର ପୁରୁଷ, କୋଳଥିଆ ସତ୍ୟସାଇ ଏନ୍କ୍ଲେଭର ଜଣେ ୩୦ବର୍ଷର ଘରୋଇ ହସ୍ପିଟାଲ କର୍ମଚାରୀ, ଖଣ୍ଡଗିରି ଗଣ୍ଡାମୁଣ୍ଡାରୁ ଜଣେ ୭ବର୍ଷର ଶିଶୁ, ପାତ୍ରପଡ଼ା ଫୁଲେଶ୍ୱରୀ ବସ୍ତିରୁ ଜଣେ ୩୮ବର୍ଷର ପୁରୁଷ, ଖଣ୍ଡଗିରି କୋଳାଥିଆ ରୁ ୩୯ବର୍ଷର ଜଣେ ପୁରୁଷ, ବରମୁଣ୍ଡା ଜଗନ୍ନାଥ ବିହାରରୁ ଜଣେ ୨୪ ଓ ୩୫ବର୍ଷର ମହିଳା, ଭରତପୁର ରୁ ଜଣେ ୩୦ବର୍ଷର ପୁରୁଷ ଓ ଘରୋଇ ହସ୍ପିଟାଲ୍ର ଜଣେ ୩୦ବର୍ଷର କର୍ମଚାରୀମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।