ରାମ ଜନ୍ମଭୂମି ପରିସରରେ ଶିବଙ୍କ ରୁଦ୍ରାଭିଷେକ

ରାମ ଜନ୍ମଭୂମି ପରିସରରେ ଶିବଙ୍କ ରୁଦ୍ରାଭିଷେକ

ଦେଶ -ବିଦେଶ ବଡ ଖବର

#ରାମ_ଜନ୍ମଭୂମି_ପରିସରରେ_ଶିବଙ୍କ_ରୁଦ୍ରାଭିଷେକ          ଅଯୋଧ୍ୟା   :  ଅଯୋଧ୍ୟା ସ୍ଥିତ ରାମ ଜନ୍ମଭୂମି ପରିସରରେ ଭଗବାନ ଶିବଙ୍କ ରୁଦ୍ରାଭିଷେକ ସହ ମନ୍ଦିର ନିର୍ମାଣ ପ୍ରକ୍ରିୟାର ଶାସ୍ତ୍ରୀୟ ଶୁଭାରମ୍ଭ କରାଯାଇଛି । ଭାଗବାନ ରାମ ପ୍ରତି ମହତ୍ୱପୂର୍ଣ୍ଣ କାମ କରିବା ପୂର୍ବରୁ ଭଗବାନ ଶିବଙ୍କ ଆରାଧନା କରୁଥିବାରୁ ସେହି ପରମ୍ପରା ଅନୁସାରେ ମନ୍ଦିର ନିର୍ମାଣ ପୂର୍ବରୁ ପ୍ରଥମେ ରୁଦ୍ରାଭିଷେକ କରାଯାଇଛି ।ରାମ ଜନ୍ମଭୂମି ପରିସରରେ ଥିବା କୁବେର ଟିଲାସ୍ଥିତ ଶିବ ମନ୍ଦିରରେ ଏହି ରୁଦ୍ରାଭିଷେକ କରାଯାଇଛି । ଏଥିରେ ରାମ ମନ୍ଦିର ନିର୍ମାଣ ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟଗୋପାଳ ଦାସ ପୌରୋହିତ୍ୟ କରିଥିଲେ । ନିର୍ବିଘ୍ନରେ ରାମ ମନ୍ଦିର ନିର୍ମାଣ, ବିଶ୍ୱ ଶାନ୍ତି ଓ ବିଶ୍ୱରୁ କରୋନା ମହାମାରୀ ଦୂର ହେବା ଲାଗି ଏହି ଅନୁଷ୍ଠାନ କରାଯାଇଛି ବୋଲି ସେ କହିଛନ୍ତି ।

ଏହି ଅବସରରେ ଟ୍ରଷ୍ଟର ମୁଖପାତ୍ର କେଏନ ଦାସ କହିଛନ୍ତି ଯେ ଟ୍ରଷ୍ଟ ପକ୍ଷରୁ ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ମନ୍ଦିର ନିର୍ମାଣ ସମ୍ପର୍କରେ ଅବଗତ କରାଯିବ । ଏହା ପରେ ଭିତିପ୍ରସ୍ତର ସ୍ଥାପନ ତାରିଖ ସ୍ଥିର କରାଯିବ । ଭିତିପ୍ରସ୍ତର ସ୍ଥାପନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବାର ଯୋଜନା ଥିଲେ ମଧ୍ୟ କରୋନା ମହାମାରୀ ଯୋଗୁଁ ପ୍ରଧାନମନ୍ତ୍ରୀ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଉନାହାନ୍ତି ବୋଲି ସେ କହିଛନ୍ତି । ଗତ ମାର୍ଚ୍ଚମାସରେ ରାମଲାଲାଙ୍କୁ ଜନ୍ମଭୂମି ପରିସରରୁ ହଟାଇ ଏକ ଅସ୍ଥାୟୀ ସ୍ଥାନକୁ ନିଆଯାଇଥିଲା । ଏହା ପରେ ସଂପୃକ୍ତ ଭୂମିର ସମତଳିକରଣ କାର୍ଯ୍ୟ କରାଯାଇଥିଲା ।