ରମଜାନ ମାସରେ କର୍ଫ୍ୟୁ ଓ ସାମାଜିକ ଦୂରତ୍ୱ ଭଳି ନିୟମାବଳୀକୁ ପାଳନ କରିବା ପାଇଁ ନିର୍ଦ୍ଦେଶ

ରମଜାନ ମାସରେ କର୍ଫ୍ୟୁ ଓ ସାମାଜିକ ଦୂରତ୍ୱ ଭଳି ନିୟମାବଳୀକୁ ପାଳନ କରିବା ପାଇଁ ନିର୍ଦ୍ଦେଶ

ଦେଶ -ବିଦେଶ ବଡ ଖବର

#ରମଜାନ_ମାସରେ_କର୍ଫ୍ୟୁ_ଓ_ସାମାଜିକ_ଦୂରତ୍ୱ_ପାଳନ_ପାଇଁ_ନିର୍ଦ୍ଦେଶ               ନୂଆଦିଲ୍ଲୀ  :  କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ତଥା କେନ୍ଦ୍ରୀୟ ୱାକଫ ପରିଷଦର ଅଧ୍ୟକ୍ଷ  ମୁକ୍ତାର ଆବାସ ନକଭୀ ଆଜି ୩୦ଟି ରାଜ୍ୟର ୱାକଫ ବୋର୍ଡର ବରିଷ୍ଠ ଅଧିକାରୀମାନଙ୍କ ସହ ଭିଡିଓ ଭିଡ଼ିଓ କନଫରେନ୍ସ ଜରିଆରେ ମତବିନିମୟ କରିଛନ୍ତି । ଆସନ୍ତା ୨୪ ତାରିଖଠାରୁ ଆରମ୍ଭ ହେଉଥିବା ପବିତ୍ର ରମଜାନ ମାସରେ ଯେପରି ଲକଡାଉନ କାଳର କର୍ଫ୍ୟୁ ଓ ସାମାଜିକ ଦୂରତ୍ୱ ନିୟମ କଡାକଡି ଭାବେ ପାଳନ କରାଯାଏ ସେ ବିଷୟରେ ସେ ଗୁରୁତ୍ୱ ଆରୋପ କରିଛନ୍ତି ।

ନକଭୀ ପବିତ୍ର ରମଜାନ ମାସ କାଳରେ ନିଜ ଘରେ ବସି ଧାର୍ମିକ ରୀତିନୀତି ଓ ଉପାସନା ନିୟମ ପାଳନ କରିବା ଦିଗରେ ଜନସଚେତନତା ସୃଷ୍ଟି ପାଇଁ ୱାକଫ ବୋର୍ଡ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ଦେଶର ୭ ଲକ୍ଷରୁ ଉର୍ଦ୍ଧ ପଞ୍ଜିକୃତ ମସଜିଦ, ଇଦଗା, ଇମାମବାଡ଼ା, ଦରଘା ଏବଂ ଅନ୍ୟାନ୍ୟ ଧାର୍ମିକ ଓ ସାମାଜିକ ଅନୁଷ୍ଠାନ ରାଜ୍ୟ ୱାକଫ ବୋର୍ଡ ଅଧିନରେ ରହିଛି । ଦେଶରେ କେନ୍ଦ୍ରୀୟ ୱାକଫ ପରିଷଦ ରାଜ୍ୟ ୱାକଫ ବୋର୍ଡଗୁଡିକର ନିୟନ୍ତ୍ରଣକାରୀ ଅଟେ । ଏହି ଅବସରେ  ନକଭୀ କହିଛନ୍ତି ଯେ, ଆମେମାନେ ସ୍ୱାସ୍ଥ୍ୟ କର୍ମୀ, ସୁରକ୍ଷାବଳ, ପ୍ରଶାସନିକ ଅଧିକାରୀ ଓ ପରିମଳ କର୍ମଚାରୀମାନଙ୍କୁ ସହଯୋଗ କରିବା ଆବଶ୍ୟକ । ମହାମାରୀ କାଳରେ ଏମାନେ ନିଜ ଜୀବନକୁ ବାଜି ଲଗାଇ ଆମ ମାନଙ୍କର ସୁରକ୍ଷା ଦିଗରେ କାର୍ଯ୍ୟ କରୁଛନ୍ତି । ଏକାନ୍ତବାସ ଓ ସଂଗରୋଧକୁ ନେଇ ଯେଉଁ ସବୁ ଗୁଜବ ଓ ଅପପ୍ରଚାର ଚାଲୁଛି ସେଗୁଡିକ ବିରୋଧରେ ଜନସଚେତନତା ଆବଶ୍ୟକ । କରୋନା ମହାମାରୀରୁ ସମାଜ ଓ ଆମ ପରିବାରକୁ ରକ୍ଷା କରିବା ପାଇଁ ଏହି କେନ୍ଦ୍ରଗୁଡିକର ବ୍ୟବସ୍ଥା କରାଯାଇଛି ।

ନକଭୀ କହିଛନ୍ତି ଯେ, କରୋନା ମହାମାରୀ ଯୋଗୁ ଧାର୍ମିକ ଗୁରୁ ଓ ଧାର୍ମିକ ସାମାଜିକ ଅନୁଷ୍ଠାନଗୁଡିକ ପବିତ୍ର ରମଜାନ ମାସରେ ଘରେ ରହି ଧାର୍ମିକ ରୀତିନୀତି ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ଏଥି ସହିତ ସେମାନେ ଲକଡାଉନ କାଳରେ ସାମାଜିକ ଦୂରତ୍ୱ ଓ ଅନ୍ୟାନ୍ୟ ନିୟମାବଳୀ ପାଳନ କରିବାକୁ ମଧ୍ୟ ଉପଦେଶ ଦେଇଛନ୍ତି । ବିଶ୍ୱର ଅଧିକାଂଶ ମୁସଲମାନ ରାଷ୍ଟ୍ର ମସଜିଦ ଓ ଅନ୍ୟାନ୍ୟ ଧାର୍ମିକ ସ୍ଥଳରେ ରମଜାନ ମାସରେ ଏକତ୍ରୀତ ହେବା ଉପରେ ନିଷେଧାଦେଶ ଜାରି କରିଛନ୍ତି ।

ନକଭୀ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନ୍ୟାନ୍ୟ ରାଜ୍ୟ ସରକାରମାନଙ୍କ ସହ ମିଶି ଦେଶବାସୀଙ୍କ ସୁରକ୍ଷା ଓ କଲ୍ୟାଣ ଦିଗରେ କାର୍ଯ୍ୟ କରୁଛନ୍ତି । କରୋନା ମହାମାରୀ କାଳରେ ଜନସାଧାରଣଙ୍କ ସହଯୋଗ ଦେଶକୁ ବହୁଳ ଭାବେ ଆଶ୍ୱସ୍ଥ କରିଛି । ତଥାପି ଦେଶ ଆଗରେ ଅନେକ ସମସ୍ୟା ରହିଛି ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ ଆଇନଗୁଡିକୁ ଅନୁସରଣ କରି ଆମେ କରୋନା ମହାମାରୀର ଆହ୍ୱାନକୁ ମୁକାବିଲା କରିପାରିବା ।  ନକଭୀ ଲକଡାଉନ ବେଳର ନିୟମଗୁଡିକୁ ପାଳନ କରି ସାମାଜିକ ଦୂରତ୍ୱ ରକ୍ଷା ପୂର୍ବକ ପବିତ୍ର ରମଜାନ ମାସରେ ଧାର୍ମୀକ ରୀତିନୀତି ଘରେ ପାଳିବାକୁ ନିବେଦନ କରିଛନ୍ତି ୟ ଭାରତ ତଥା ସମଗ୍ର ବିଶ୍ୱ କରୋନା ମହାମାରୀରୁ ମୁକ୍ତ ହେବାକୁ ଆମେ ସମସ୍ତେ ପ୍ରାର୍ଥନା କରିବା ଉଚିତ ବୋଲି ସେ କହିଛନ୍ତି । ଉତରପ୍ରଦେଶ (ସିହା ଓ ସୁନ୍ନି), ଆନ୍ଧ୍ରପ୍ରଦେଶ, ଦାଦ୍ରାନଗର ହାବେଳୀ, ହରିଅ ।ଣା, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ, ଆଣ୍ଡାମାନ ଓ ନିକୋବର, ଆସାମ, ମଣିପୁର, ରାଜସ୍ଥାନ, ତେଲଙ୍ଗାନା, ଦିଲ୍ଲୀ, ଛତିଶଗଡ଼, ଗୁଜରାଟ, ହିମାଚଳପ୍ରଦେଶ, ଜମ୍ମୁକଶ୍ମୀର, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ଓଡ଼ିଶା, ପୁଡୁଚେରୀ, ତାମିଲନାଡୁ, ତ୍ରିପୁରା, ଉତରାଖଣ୍ଡ ଏବଂ ଅନ୍ୟାନ୍ୟ ସ୍ଥାନର ୱାର୍କଫ ବୋର୍ଡର ବରିଷ୍ଠ ଅଧିକାରୀମାନେ ଏହି ଦୃଶ୍ୟଶ୍ରାବ୍ୟ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ।