#ରାଜ୍ୟର_ଋଣବୋଝ_୧.୧୩_ଲକ୍ଷ_କୋଟି_ଛୁଇଁବ

ସ୍ୱାସ୍ଥ୍ୟ ପାଇଁ ୭୭୦୦ କୋଟି, ପ୍ରତିଷ୍ଠା ହେବ ୧୧ ମେଡିକାଲ କଲେଜ

ଓଡିଶା ବଡ ଖବର ବାଣିଜ୍ୟ

#ସ୍ୱାସ୍ଥ୍ୟ_ପାଇଁ_୭୭୦୦_କୋଟି    ଭୁବନେଶ୍ୱର : ଏଥରର ରାଜ୍ୟ ବଜେଟରେ ଓଡ଼ିଶା ସରକାର ସ୍ୱାସ୍ଥ୍ୟ କ୍ଷେତ୍ର ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଓଡ଼ିଶାର ସ୍ୱାସ୍ଥ୍ୟ ବଜେଟ୍‌ ଗତ ୫ ବର୍ଷ ମଧ୍ୟରେ ଦ୍ୱିଗୁଣଣିତ ହୋଇ ୭ ହଜାର ୭ ଶହ କୋଟି ଟଙ୍କାରେ ପହଞ୍ଚିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧ ହଜାର ୧ ଶହ ୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନରେ ସ୍ୱାସ୍ଥ୍ୟସେବା ବିକାଶ ପାଇଁ ୫୭୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ ୧ ହଜାର ୬୫୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । କଟକ ବଡ଼ ମେଡ଼ିକାଲକୁ ଏମ୍ସପ୍ଲସ ପ୍ରତିଷ୍ଠାନରେ ଋପାନ୍ତରିତ କରିବାକୁ ଆଗାମୀ ୨ ବର୍ଷରେ ୧ ହଜାର କୋଟି ବ୍ୟୟହେବ । ଚିକିତ୍ସାଳୟଗୁଡ଼ିକରେ ପରିମଳ ବ୍ୟବସ୍ଥା ପାଇଁ ନିର୍ମଳ ମିଶନ ଅଧିନରେ ୩୬୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଅନ୍ୟପକ୍ଷରେ ରାଜ୍ୟରେ ୧୧ଟି ମେଡିକାଲ କଲେଜ ସ୍ଥାପନ ପାଇଁ ଯୋଜନା ହାତକୁ ନିଆଯାଇଛି । ସେଗୁଡ଼ିକ ମଧ୍ୟରୁ କୋରାପୁଟ, ବାଲେଶ୍ୱର,ବାରିପଦା ଓ ବଲାଙ୍ଗୀରରେ ମେଡିକାଲ କଲେଜ ପ୍ରତିଷ୍ଠା ହୋଇସାରିଛି । ଏହା ଛଡ଼ା ଆଉ ୭ଟି ମେଡିକାଲ କଲେଜ ପୁରୀ, ଯାଜପୁର, ଭବାନିପାଟଣା, କେନ୍ଦୁଝର, କନ୍ଧମାଳ,ସୁନ୍ଦରଗଡ଼ ଓ ତାଳଚେରଠାରେ ପ୍ରତିଷ୍ଠା କରାଯାଉଛି । ଏସବୁ ପ୍ରକଳ୍ପ ପାଇଁ ମୋଟ ୫୬୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଓଡ଼ିଶା ହୃଦରୋଗ ଚିକିତ୍ସା କାର୍ଯ୍ୟକ୍ରମ ନାମରେ ଏକ ନୂଆ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । କର୍ମଚାରୀ ରାଜ୍ୟ ବୀମା ଯୋଜନା ପାଇଁ ୪୭ କୋଟିର ବ୍ୟୟବରାଦ କରାଯାଇଛି ।