୮ରୁ ୧୦ ଦିନ ଗୁରୁତ୍ୱପୂର୍ଣ୍ଣ , କେବଳ ବାହାରେ ନୁହେଁ ଘରେ ମଧ୍ୟ ସାମାଜିକ ଦୂରତା ପାଳନ କରନ୍ତୁ

୮ରୁ ୧୦ ଦିନ ଗୁରୁତ୍ୱପୂର୍ଣ୍ଣ , କେବଳ ବାହାରେ ନୁହେଁ ଘରେ ମଧ୍ୟ ସାମାଜିକ ଦୂରତା ପାଳନ କରନ୍ତୁ

ଓଡିଶା ବଡ ଖବର

 #କେବଳ_ବାହାରେ_ନୁହେଁ_ଘରେ_ମଧ୍ୟ_ସାମାଜିକ_ଦୂରତା_ପାଳନ_କରନ୍ତୁ            ଭୁବନେଶ୍ୱର  :   କରୋନା ସଂକ୍ରମଣ କ୍ଷେତ୍ରରେ ଅନ୍ୟ ରାଜ୍ୟ ଏବଂ ଦେଶ ଅପେକ୍ଷା ଓଡିଶା ସୁବିଧାଜନକ ସ୍ଥିତିରେ ରହିଛି । ତେବେ ଏହାକୁ ହେୟ ଜ୍ଞାନ କରି ବାହାରକୁ ଯାଆନ୍ତୁ ନାହିଁ । ସାମାଜିକ ଦୂରତା ପାଳନ କରନ୍ତୁ । ଆଗାମୀ ୮ରୁ ୧୦ ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । କେବଳ ବାହାରେ ନୁହେଁ, ଘରେ ବି ସାମାଜିକ ଦୂରତ୍ୱ ରଖିବା, ବୟସ୍କ ଓ ଛୋଟ ପିଲାଙ୍କଠୁ ନିଜକୁ ଦୂରେଇ ରଖନ୍ତୁ ବୋଲି ଅତିରିକ୍ତ ମୁଖ୍ୟ ସଚିବ ତଥା ଉନ୍ନୟନ କମିଶନର ସୁରେଶ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ସେ କହିଛନ୍ତି ଯେ ଲକ୍ ଡାଉନ୍ ର ପ୍ରଥମ ପର୍ଯ୍ୟାୟକୁ ଓଡିଶାବାସୀ ସଫଳ କରିଛନ୍ତି । ସେଥିପାଇଁ ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ନିୟନ୍ତ୍ରଣରେ ଅଛି । ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ କୁ ମଧ୍ୟ ରାଜ୍ୟବାସୀ ପାଳନ କରିବେ ବୋଲି ଆଶା ରଖଶଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ବହୁ ଗୁରୁତ୍ୱପୂର୍ଣ୍ଣ । ବର୍ତମାନ ସୁଦ୍ଧା ଓଡିଶାରେ ପଜିଟିଭ୍ ଙ୍କ ସଂଖ୍ୟା ୬୦ ରହିଛି । ରାଜ୍ୟରେ କରୋନା ଟେଷ୍ଟିଂ କାପାସିଟି ବଢିଛି । ଏବେ ଦୈନିକ୧୨୦୦ରୁ ୧୩୦୦ ଟେଷ୍ଟ ହେଉଛି । ଆଗକୁ ଆହୁରି ବଢିବ । ରାଜ୍ୟର ସବୁ ଜିଲ୍ଲାରେ ଟେଷ୍ଟ କରାଯିବ । ଲକ୍ଷଣ ନଥିବା ବ୍ୟକ୍ତିଙ୍କର ମଧ୍ୟ ଟେଷ୍ଟ କରାଯିବ । ଯେତେ ଶୀଘ୍ର ପଜିଟିଭ୍ ଚିହ୍ନଟ ବ୍ୟକ୍ତି ହେବେ ସେତେଶୀଘ୍ର ଆମେ ରକ୍ଷା ପାଇପାରିବା ବୋଲି ସେ କହିଛନ୍ତି ।
ସେ ୍ରଆହୁରି କହିଛନ୍ତି ଯେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ୩୫ ଟି କୋଭିଡ୍ ହସ୍ପିଟାଲ ଖୋଲାଯାଉଛି । ଏପର୍ଯ୍ୟନ୍ତ ୨୪ ଟି କାର୍ଯ୍ୟକ୍ଷମ ହୋଇପାରିଛି । ଏଥିରେ ୩୯୫୧ ଟି ଶଯ୍ୟା ଏବଂ ୨୯୩ ଟି ଆଇସିୟୁର ବ୍ୟବସ୍ଥା ରହିଛି । ଆଗାମୀ ୨୦ ତାରିଖ ମଧ୍ୟରେ ଆଉ ୧୧ ଟି କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ । ଏଥିରେ ୧୮୭୦ ଟି ଶଯ୍ୟା ରହିଥିବା ବେଳେ ଆଇସିୟୁ ୭୩ ଟି ରହିଛି ।
କୋଭିଡ୍ ୧୯ ସଂକ୍ରମିତ ମାନଙ୍କୁ ସାଧାରଣ ହସ୍ପିଟାଲରେ ଭର୍ତି କରାଯିବା ଫଳରେ ଅନ୍ୟ ରୋଗୀ ମାନେ ସଂକ୍ରମିତ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ୍ ୧୯ ପାଇଁ ସ୍ୱତନ୍ତ୍ର ହସ୍ପିଟାଲ ପ୍ରସ୍ତୁତ କରିବାକୁ ନିଷ୍ପତି ନେଇଥିଲେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।