କରୋନା ଆକ୍ରାନ୍ତଙ୍କ ପାଇଁ ପୁରୀରେ ଖୋଲିଲା ଆଇସୋଲେସନ ୱାର୍ଡ

ଓଡିଶା ଜିଲ୍ଲା ପୁରୀ ବଡ ଖବର ରାଜ୍ୟ

ପୁରୀ :  କରୋନା ଭୂତାଣୁ ଚୀନରେ ମହାମାରୀ ଭଳି ବ୍ୟାପିବାରେ ଲାଗିଛି । ଏଥିରେ ବର୍ତ୍ତମାନ ସୁଦ୍ଧା ୭୧୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ହଜାର ୯୫୩ଜଣ ଆକ୍ରାନ୍ତ ହୋଇଛନ୍ତି । ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ପୂରା ସଜାଗ ଅଛନ୍ତି । ସେହିପରି ରାଜ୍ୟ ସରକାର ମଧ୍ୟ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି।

ପର୍ଯ୍ୟଟନ ସ୍ଥଳୀ ପୁରୀକୁ ଦେଶ ବିଦେଶରୁ ପର୍ଯ୍ୟଟକ ଆସୁଥିବାରୁ ସେମାନଙ୍କ ମଧ୍ୟରେ କରୋନା ଭୂତାଣୁ ଆକ୍ରାନ୍ତ ବି  ଚିହ୍ନଟ ହେବାର ଆଶଙ୍କା ରହିଛି । ତେଣୁ ଏପରି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଚିକିତ୍ସା ଲାଗି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଆଇସୋଲେସନ ୱାର୍ଡ ଖୋଲାଯାଇଛି ।ଏଠାରେ ୮ଟି ଶଯ୍ୟା ରହିଥିବା ବେଳେ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି ।

ଚୀନ ଓ ତାହାର ଆଖପାଖ ଅଞ୍ଚଳରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ପରାମର୍ଶ ଦିଆଯାଉଛି । ଏଥିସହ କରୋନା ଭୂତାଣୁ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ସଚେତନ କରାଯାଉଛି । ଏଥିଯୋଗୁ  ଆତଙ୍କିତ ନ ହେବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି।