ଭୁବନେଶ୍ୱରରୁ ଆଉ ୪୯ କରୋନା ଆକ୍ରାନ୍ତ ଚିହ୍ନଟ , ଆକ୍ରାନ୍ତଙ୍କ ସଂଖ୍ୟା ୧୨୩୧କୁ ବୃଦ୍ଧି

ଭୁବନେଶ୍ୱରରୁ ଆଉ ୪୯ କରୋନା ଆକ୍ରାନ୍ତ ଚିହ୍ନଟ , ଆକ୍ରାନ୍ତଙ୍କ ସଂଖ୍ୟା ୧୨୩୧କୁ ବୃଦ୍ଧି

ଓଡିଶା ବଡ ଖବର ମହାନଗର

#ଭୁବନେଶ୍ୱରରୁ_ଆଉ_୪୯_କରୋନା_ଆକ୍ରାନ୍ତ_ଚିହ୍ନଟ       ଭୁବନେଶ୍ୱର  :  ରାଜଧାନୀ ଭୁବନେଶ୍ୱରରୁ ସୋମବାର ୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୪ ଜଣ କ୍ୱାରେଂଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୧୫ ଜଣ ଲୋକାଲ ମାମଲା ରହିଛନ୍ତି । ଏଥିସହ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୩୧ କୁ ବୃଦ୍ଧି ପାଇଛି । ସେହିପରି ଗୋଟିଏ ଦିନରେ ୫୩ ଜଣ ସୁସ୍ଥ ହେବା ପରେ ମୋଟ ସୁସ୍ଥଙ୍କ ସଂଖ୍ୟା ୫୭୬କୁ ବୃଦ୍ଧି ପାଇଛି । ବର୍ତମାନ ପର୍ଯ୍ୟନ୍ତ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୪୨ ଜଣ ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି ।
କ୍ୱାରେଂଟାଇନ୍ ମାମଲା ମଧ୍ୟରୁ ଭରତପୁରରୁ ଜଣେ ୨୪ ବର୍ଷ ଯୁବକ , ଏକ କନଷ୍ଟ୍ରକସନ୍ କମ୍ପାନୀର ୨୮ ବର୍ଷ କର୍ମଚାରୀ, ଜାଗମରା ମଲ୍ଲିକ କମ୍ପେ୍ଲକ୍ସ ନିକଟରୁ ୫୮ ବର୍ଷ ପୁରୁଷ, ଓଲ୍ଡଟାଉନ୍ କେଦାରଗୌରୀ ଛକରୁ ୨୭ ବର୍ଷ ମହିଳା,ୟୁନିଟ୍ ୩ ଖାରବେଳ ନଗରରୁ ୨୯ ବର୍ଷ ମହିଳା, ୟୁନିଟ୍ ୫ରୁ ୪୭ ବର୍ଷ ପୁରୁଷ, ଓଲ୍ଡଟାଉନ୍ ବାରିକ ସାହିରୁ ୩୯ ବର୍ଷ ପୁରୁଷ, ଏକ ଘରୋଇ ହସ୍ପିଟାଲର ୨୧ ଓ ୧୯ ବର୍ଷ ପୁରୁଷ ଓ ୪୧ ବର୍ଷ ମହିଳା କର୍ମଚାରୀ, ଝାରପଡା ହନୁମାନ ମନ୍ଦିର ନିକଟରୁ ୨୬ ବର୍ଷ ପୁରୁଷ, ଅନ୍ୟ ଏକ ଜିଲ୍ଲାର ୩୧ ବର୍ଷ ପୁରୁଷ,ବରମୁଣ୍ଡା ଜଗନ୍ନାଥ ବିହାରରୁ ୩୨ ବର୍ଷ ପୁରୁଷ,ରସୁଲଗଡ ଜିଜିପି କଲେନୀରୁ ୪୫ ବର୍ଷ ମହିଳା ଓ ୫୧,୪୬ ବର୍ଷ ପୁରୁଷ, ମେଂଚଶ୍ୱରରୁ ୫୬,୩୪,୩,୨୮ଓ ୪୩ ବର୍ଷ ପୁରୁଷ, ସୁନ୍ଦରପଦାରୁ ୩୮ ବଷ ପୁରୁଷ, ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ୪୯ ବର୍ଷ ପୁରୁଷ, ଗଙ୍ଗନଗର ଓୟୁଏଟି ହଷ୍ଟେଲ ନିକଟରୁ ୬୫ ବର୍ଷ ପୁରୁଷ, ଏୟାରପୋର୍ଟ ପାଖ ଭୀମପୁରରୁ ୨୪ ବର୍ଷ ପୁରୁଷ, ନୟାପଲ୍ଲୀ ଏନ ୬ରୁ ଗୋଟି ପରିବାରର ୩୬ ବର୍ଷ ମହିଳା , ୧୨ ଓ ୧୫ ବର୍ଷର୍ର ବାଳିକା ଓ ୨୨ ବର୍ଷର ଯୁବକ , ନୟାପଲ୍ଲୀ ସୀତାପୁର ବସ୍ତିରୁ ୨୬ ବର୍ଷ ପୁରୁଷ , ବରମୁଣ୍ଡା ବିଡିଏ କମ୍ପେ୍ଲକ୍ସରୁ ୩୧ ବର୍ଷ ପୁରୁଷ , ସତ୍ୟନଗରରୁ ୪୬ ବର୍ଷ ପୁରୁଷ, ମୈତ୍ରୀ ବିହାର ନୂଆ ଏଲଆଇସି କଲୋନୀରୁ ୨୧ ବର୍ଷ ପୁରୁଷ ଏବଂ କଳିଙ୍ଗନଗର କେ- ୮ରୁ ୫୯ ବର୍ଷ ପୁରୁଷ ଚିହ୍ନଟ ହୋଇଛନ୍ତି ।
ସେହିପରି ଲୋକାଲ କେସ୍ ମଧ୍ୟରୁ ବରମୁଣ୍ଡା .ଜଗନ୍ନାଥ ବିହାରରୁ ୮ ବର୍ଷ ଶିଶୁ ପୁତ୍ର, ଗଙ୍ଗନଗରରୁ ୩୩ ବର୍ଷ ପୁରୁଷ, ୟୁନିଟ୍ ୩ ଖାରବେଳ ନଗରରୁ ୬୦ ବର୍ଷ ପୁରୁଷ, ଏଜି ଛକରେ ଥିବା ସରକାରୀ କାର୍ଯ୍ୟାଳୟରୁ ୩୮ ବର୍ଷ ପୁରୁଷ, ୟୁନିଟ୍ ୩ ସରକାରୀ କ୍ୱାର୍ଟରରୁ ୫୬ ବର୍ଷ ପୁରୁଷ, ବିଜେବି ନଗରରୁ ୪୦ ବର୍ଷ ପୁରୁଷ, ପୋଖରୀପୁଟ କାରଗିଲ୍ ବସ୍ତିରୁ ୨୦ ବର୍ଷ ପୁରୁଷ, ଲକ୍ଷ୍ମୀସାଗରରୁ ୨୪ ବର୍ଷ ପୁରୁଷ, ଖଣ୍ଡଗିରି ବିକାଶ ସ୍କୁଲ ନିକଟରୁ ୪୬ ବର୍ଷ ପୁରୁଷ, ନୟାପଲ୍ଲୀ ମହିମା ଢାବା ନିକଟରୁ ୨୫ ବର୍ଷ ପୁରୁଷ, ଭରତପୁର ପାଣିଟାଙ୍କି ନିକଟରୁ ୩୭ ବର୍ଷ ପୁରୁଷ , ଖଣ୍ଡଗିରି ପ୍ଲାଜା ନିକଟରୁ ୬୯ ବର୍ଷ ପୁରୁଷ , ନୟାପଲ୍ଲୀ ନୂଆସାହିରୁ ୬୦ ବର୍ଷ ପୁରୁଷ , ଟଙ୍କପାଣି ରୋଡ୍ ରୁ ୫୧ ବର୍ଷ ପୁରୁଷ ଓ ପୋଖରୀପୁଟ କୋକିଳାବିହାରରୁ ୨୨ ବର୍ଷ ମହିଳା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।