ଆଉ ପାଞ୍ଚ ଜୀବନ ନେଲା କରୋନା

ଆଉ ପାଞ୍ଚ ଜୀବନ ନେଲା କରୋନା

ଓଡିଶା ବଡ ଖବର

#ଆଉ_ପାଞ୍ଚ_ଜୀବନ_ନେଲା_କରୋନା          ଭୁବନେଶ୍ୱର  : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୫ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୮ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତକ ମାନଙ୍କ ମଧ୍ୟରେ ତିିନି ଜଣ ଗଂଜାମ ଜିଲ୍ଲାର ହୋଇଥିବା ବେଳେ ଗଜପତି ଓ କନ୍ଧମାଳ ଜିଲ୍ଲାରୁ ଜଣେ ଜଣେ ଅଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା ରହିଥିବା ଜଣା ପଡିଛି ।
ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ଗଜପତି ଜିଲ୍ଲାର ୭୨ ବର୍ଷିୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେ ମଧୁମେହ, ହାଇପରଟେନସନ ରୋଗରେ ପୀଡିତ ଥିଲେ ।
ସେହିପରି ଗଂଜାମ ଜିଲ୍ଲାର ଜଣେ ୪୦ ବର୍ଷିୟା ମହିଳା କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ସେ ମଧ୍ୟ ଡାଇବେଟିସ ଓ ହାଇପର ଟେନସନ ରୋଗରେ ପୀଡିତ ଥିଲେ ।
ସେହିପରି ଗଂଜାମ ଜିଲ୍ଲାର ଜଣେ ୬୧ ବର୍ଷୀୟ ବୟସ୍କ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ସେ ମଧ୍ୟ ଡାଇବେଟିସରେ ପୀଡିତ ଥିଲେ ।
ସେହିପରି ଗଂଜାମ ଜିଲ୍ଲାର ଅନ୍ୟ ଜଣେ ୬୦ ବର୍ଷୀୟ ବୟସ୍କ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ସେ ମଧ୍ୟ ଡାଇବେଟିସ ଓ ହାଇପର ଟେନସନ ରୋଗରେ ପୀଡିତ ଥିଲେ । କନ୍ଧମାଳ ଜିଲ୍ଲାର ଜଣେ ୮୬ ବର୍ଷୀୟ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି