ବାତ୍ୟା ପ୍ରଭାବରେ କେନ୍ଦ୍ରାପଡା ମେଡିକାଲରେ ଖାଦ୍ୟ ଯୋଗାଣ ବିଭ୍ରାଟ

ବାତ୍ୟା ପ୍ରଭାବରେ କେନ୍ଦ୍ରାପଡା ମେଡିକାଲରେ ଖାଦ୍ୟ ଯୋଗାଣ ବିଭ୍ରାଟ

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ବାତ୍ୟା_ପ୍ରଭାବରେ_କେନ୍ଦ୍ରାପଡା_ମେଡିକାଲରେ_ଖାଦ୍ୟ_ଯୋଗାଣ_ବିଭ୍ରାଟ    କେନ୍ଦ୍ରାପଡା  : କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହୁଥିବା ରୋଗୀ ମାନଙ୍କ ପାଖରେ ଖାଦ୍ୟ ପହଁଚିବାରେ ବିଭ୍ରାଟ ଦେଖା ଦେଇଛି । ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ ନିୟମିତ ସମୟରେ ଖାଦ୍ୟ ପ୍ରସ୍ତୁତ କରାଯାଇ ପରିବେଷଣ କରା ଯାଇଥାଏ । ତେବେ ଅମ୍ପାନ ବାତ୍ୟା ସମୟରେ ଦିନ ୧ଟା ସମୟରେ ପ୍ରବଳ ବର୍ଷା ଓ ପବନ ହେତୁ ରୋଗୀ ମାନଙ୍କୁ ଖାଦ୍ୟ ଯୋଗାଣରେ ବହୁ ବିଳମ୍ବ ହୋଇଥିଲା । ତେବେ ଚିକିତ୍ସାଧିନ ରୋଗୀ ଓ ତାଙ୍କ ପରିବାର ଲୋକେ ଭୋକରେ ଅପେକ୍ଷା କରି ଖାଦ୍ୟ ଯୋଗଉଥିବା ଠିକାଦାର ନ ଅସିବାରୁ ବାଧ୍ୟ ହୋଇ ବାତ୍ୟା ପବନ ବର୍ଷାରେ ଓଦା ହୋଇ ଖାଦ୍ୟ ଆଣିବାକୁ ବାଧ୍ୟ ହୋଇଥିଲେ । ଚିକିତ୍ସାଳୟ ର ଅଧିକାରୀ ମାନେ ଏ ସମସ୍ତ ଘଟଣା ଦେଖିଥିଲେ ମଧ୍ୟ ଅଜଣା କାରଣରୁ ନିରବ ରହିଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।