କରୋନା ଯୁଦ୍ଧରେ ଯୋଦ୍ଧା ସାଜିଲେ ଭିନ୍ନକ୍ଷମ

କରୋନା ଯୁଦ୍ଧରେ ଯୋଦ୍ଧା ସାଜିଲେ ଭିନ୍ନକ୍ଷମ

ଓଡିଶା ଜିଲ୍ଲା ବଡ ଖବର ରାୟଗଡା

#କରୋନା_ଯୁଦ୍ଧରେ_ଯୋଦ୍ଧା_ସାଜିଲେ_ଭିନ୍ନକ୍ଷମ        ରାୟଗଡା  : ସମଗ୍ର ବିଶ୍ବରେ କରୋନା ତାର କାୟା ବିସ୍ତାର କରି ଚାଲିଛି। ହେଲେ ଏହାର ମୁକାବିଲା କରିବା ପାଇଁ ନୂଆ ନୂଆ ଯୋଦ୍ଧା ଆଗେଇ ଆସୁଛନ୍ତି।  କୋରୋନା ଯୁଦ୍ଧରେ ଆଜି ସାରା ଭାରତ ତଥା ପୃଥିବୀ ବାସୀ ଯୋଦ୍ଧା ରୂପେ ଦଣ୍ଡାୟ ମାନ । ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ରାୟଗଡା ଜିଲ୍ଲା ରେ ଥିବା ଭିନ୍ନକ୍ଷମ ମଧ୍ୟ ସାହସର ସହ ଆଗେଇ ଆସିଛନ୍ତି। ଆଉ  ସେମାନେ ଏବେ କରୋନା ଯୁଦ୍ଧରେ ଯୋଦ୍ଧା ହୋଇ ସାମିଲ ହେବା ସହିତ ନିଜ ସମ୍ବଳ ରେ କିଛି କିଛି ସ୍ଥାନ ରେ ଗରିବ ଲୋକଙ୍କୁ ମାସ୍କ ବଣ୍ଟନ କରିବା ସହ ଶୁଖିଲା ଖାଦ୍ୟ ବଣ୍ଟନ କରି ସେମାନଙ୍କର ମହନୀୟତା ପ୍ରତିପାଦନ କରିଛନ୍ତି।  ଏ ମାନେ ଦିବ୍ୟାଙ୍ଗ ହୋଇ ସୁଦ୍ଧା ସାହସର ସହ ଲଢ଼େଇ କରି  ସମାଜ ସମ୍ମୁଖରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଆଉ ସମସ୍ତଙ୍କୁ ଦେଖାଇଦେଇଛନ୍ତି ଆମେ ମଧ୍ୟ କମ ନୋହୁଁ ।