‘ପ୍ରତିଷେଧକ ଟିକା ନ ବାହାରିବା ପର୍ଯ୍ୟନ୍ତ ସାମାଜିକ ଦୂରତା ବଜାୟ ରଖନ୍ତୁ, ମାସ୍କ୍‌ ପିନ୍ଧନ୍ତୁ’

‘ପ୍ରତିଷେଧକ ଟିକା ନ ବାହାରିବା ପର୍ଯ୍ୟନ୍ତ ସାମାଜିକ ଦୂରତା ବଜାୟ ରଖନ୍ତୁ, ମାସ୍କ୍‌ ପିନ୍ଧନ୍ତୁ’

ଦେଶ -ବିଦେଶ ବଡ ଖବର

#ପ୍ରତିଷେଧକ_ଟିକା_ନ_ବାହାରିବା_ପର୍ଯ୍ୟନ୍ତ_ସାମାଜିକ_ଦୂରତା_ବଜାୟ_ରଖନ୍ତୁ,_ମାସ୍କ୍‌_ପିନ୍ଧନ୍ତୁ             ନୂଆଦିଲ୍ଲୀ  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆତ୍ମନିର୍ଭର ଉତ୍ତର ପ୍ରଦେଶ ରୋଜଗାର ଅଭିଯାନ’ର ଶୁଭାରମ୍ଭ  କରିଛନ୍ତି । ଉତ୍ତର ପ୍ରଦେଶର ୩୧ଟି ଜିଲ୍ଲା ପ୍ରୟାଗରାଜ, ବାରାଣସୀ, ରାଏବରେଲି, ଅଯୋଧ୍ୟା, ଦେଓରିଆ, ଆମେଠି, ଗାଜିପୁର, ସିଦ୍ଧାର୍ଥନଗର, ଗୋଣ୍ଡା, ମହାରାଜଗଞ୍ଜ, ବରାଇଚ, ବଳରାମପୁର, ଜଉନପୁର, ହାର୍ଦୋଇ, ଆଜମଗଡ଼, ବସ୍ତି, ଗୋରଖପୁର, ସୁଲତାନପୁର, କୁଶିନଗର, ସନ୍ଥ କବୀର ନଗର, ବଣ୍ଡା, ଅମ୍ବେଦକର ନଗର, ସୀତାପୁର, ପ୍ରତାପଗଡ଼, ଲକ୍ଷ୍ମୀପୁର ଖେରି, ଉନ୍ନାଓ, ଶ୍ରାବସ୍ତି, ଫତେପୁର, ମିର୍ଜାପୁର, ଜଲାଉନ୍ ଏବଂ କୌସାମ୍ବି ଆଦି ରେ ଏହି ଯୋଜନା ଆରମ୍ଭ କରାଯିବ।ଏହି ଅବସରରେ ସେ କରୋନାଭାଇରସ୍‌ର ପ୍ରତିଷେଧକ ଟିକା ନ ବାହାରିବା ପର୍ଯ୍ୟନ୍ତ ସମ‌ସ୍ତଙ୍କୁ ‘ଦୁଇ ଗଜ ଦୂରତା’ ବଜାୟ ରଖିବାକୁ ଏବଂ ‘ଫେସ୍ ମାସ୍କ୍‌’ ପରିଧାନ କରିବାକୁ ପଡ଼ିବ ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ  କହିଛନ୍ତି ଯେ, ଆମେ ସଭିଏଁ ଭଲ ଓ ମନ୍ଦ ପରିସ୍ଥିତି ଦେଇ ଗତି କରିଛନ୍ତି। ଆମ ସାମାଜିକ ଜୀବନରେ ସମସ୍ୟା ରହିଛି। ଏକାବେଳେକେ ସମଗ୍ର ବିଶ୍ବ ଗୋଟିଏ ସମସ୍ୟାର ସମ୍ମୁଖୀନ ହେବ ବୋଲି କେହି କଳ୍ପନା କରି ନ ଥିଲେ। ସମସ୍ତେ ପ୍ରଭାବିତ ହୋଇଛନ୍ତି ଓ ସମସ୍ତେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। କେବେ ଏ ରୋଗରୁ ତ୍ରାହି ମିଳିବ ଆମେ ଜାଣନ୍ତି ନାହିଁ। ଟିକା ବାହାରିଲା ପର୍ଯ୍ୟନ୍ତ କରୋନାଭାଇରସ୍ ରୋକିବାକୁ ଆମେ ଜାଣିଥିବା ଗୋଟିଏ କଥା ହେଉଛି- ‘ଦୁଇ ଗଜ ଦୂରତା’ ବଜାୟ ରଖିବା ଓ ‘ଫେସ୍ ମାସ୍କ୍‌’ ପରିଧାନ କରିବା। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ମୁଁ ଆପଣମାନଙ୍କ ସହ କର୍ମର କ୍ଷମତା ଅନୁଭବ କରୁଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଏହି କର୍ମର କ୍ଷମତା‌ ଉପରେ ପର୍ଯ୍ୟବସିତ। ଏହି କ୍ଷମତା ଆତ୍ମ ନିର୍ଭର ଉତ୍ତର ପ୍ରଦେଶ ରୋଜଗାର ଅଭିଯାନକୁ ପ୍ରେରିତ କରିଛି। ମୋର ପୂର୍ଣ୍ଣ ବିଶ୍ବାସ ଉତ୍ତର ପ୍ରଦେଶ ଭଳି ଅନ୍ୟ ରାଜ୍ୟମାନେ ମଧ୍ୟ ଏହିଭଳି ଯୋଜନା ଆଣିବେ।