#ଅନାଥାଶ୍ରମରେ_ନାବାଳିକାର_ଆତ୍ମହତ୍ୟା ଧର୍ମଗଡ : ( ଲକ୍ଷ୍ମୀକାନ୍ତ ଧଙ୍ଗଡା ମାଝୀ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୂର୍ ଫାଣ୍ଡି ଅଧିନସ୍ଥ ପଣ୍ଡକୁଲ ଗ୍ରାମରେ ଥିବା ଅନାଥ ଆଶ୍ରମରେ ଏକ ଝିଅ ବେକରେ ଓଢନୀ ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଧର୍ମଗଡ଼ ଥାନା ଥନଟ ଗ୍ରାମର ଭୂମି ତାଣ୍ଡି (୧୩) ଗତ ୨୦୧୬ ମସିହାରୁ ପଣ୍ଡକୁଳ ସ୍ଥିତ ଅନାଥ ଆଶ୍ରମରେ ରହି ଆସୁଥିଲେ । ତେବେ ଗୁରୁବାର ସେ ବାଥରୁମ୍ କୁ ଯାଇ ନ ଫେରିବାରୁ ତାଙ୍କ ସହିତ ଥିବା ଅନ୍ତେବାସୀ ମାନେ ବାଥରୁମ୍ କବାଟ କୁ ବାଡେଇବା ପରେ ସେ ଖୋଲି ନଥିଲେ । ତେବେ ଅନ୍ତେବାସୀ ମାନେ ଆଶ୍ରମରେ ଥିବା ରୋଷେୟା ଙ୍କୁ କହିବା ପରେ ବାଥରୁମ୍ କବାଟ ଭାଙ୍ଗି ଦେଖି ଥିଲେ ତେବେ ସେଠାରେ ସେ ବେକରେ ଓଢନି ଦେଇ ଝୁଲୁଥିବା ଦେଖିବାକୁ ମିଳିଥିଲା । ତେବେ ଘଟଣା ସ୍ଥଳରେ ଦଶପୁର୍ ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ଧର୍ମଗଡ଼ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।