ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ କୋଭିଡ – ୧୯ ସହାୟତା

ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ କୋଭିଡ – ୧୯ ସହାୟତା

ଓଡିଶା ଅନୁଗୁଳ ଜିଲ୍ଲା
#ଜେଏସପିଏଲ_ଫାଉଣ୍ଡେସନ_ପକ୍ଷରୁ_କୋଭିଡ – ୧୯_ସହାୟତା         ଅନୁଗୋଳ: ( ମୁସାରଫ୍ ଅହମ୍ମଦ )  ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡର ସାମାଜିକ ଦାୟିତ୍ୱବୋଧ ବିଭାଗ ଭାବେ କାର୍ଯ୍ୟ କରୁଥିବା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ସାରା ଭାରତ ବର୍ଷରେ କୋଭିଡ-୧୯ କୁ ପରାସ୍ତ କରିବା ଲକ୍ଷ୍ୟ ନେଇ ଅନୁଗୋଳ ଜିଲ୍ଲାର ତୃଣମୂଳ ସ୍ତରରେ କାମ କରୁଥିବା ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟିକା ମାନଙ୍କ ନିମନ୍ତେ ମାସ୍କ ଓ ସାନିଟାଇଜର କିଟ ପ୍ରଦାନ କରାଯାଇଅଛି l ଜିଲ୍ଲାର ସମସ୍ତ ୧୬୫୪ ଅଙ୍ଗନବାଡି କେନ୍ଦ୍ରର ସର୍ବମୋଟ ୩୨୭୬ ଜଣ ଅଙ୍ଗନବାଡି କର୍ମଚାରୀ ମାନଙ୍କ ନିମନ୍ତେ କୋଭିଡ-୧୯ ନିରାକରଣ ପାଇଁ ଏହି ସାନିଟାରି କିଟ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଛି l ଏହି ମାସ୍କ ଗୁଡିକୁ ଜେଏସପିଏଲ ଫାଉଣ୍ଡେସନ ଦ୍ଵାରା ସାହାଯ୍ୟ ପ୍ରାପ୍ତ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର ସଭ୍ୟା ମାନଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଅଛି l ଯଦ୍ଦ୍ଵାରା ଏହି ମହିଳା ମାନଙ୍କୁ କୋଭିଡ-୧୯ ଜନିତ ଲକ-ଡାଉନ ସମୟରେ ସ୍ଵରୋଜଗାର କରିବାର ଅବସର ମିଳି ପାରିଛି l
ବର୍ତମାନ ସୁଦ୍ଧା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ସାମାଜିକ କର୍ମୀ, କୋଭିଡ ଯୋଦ୍ଧା ଏବଂ ଏହାର ନିରାକରଣ ନିମନ୍ତେ କାର୍ଯ୍ୟରତ ବ୍ୟକ୍ତିବିଶେଷ ମାନଙ୍କୁ ଅନୁଗୋଳ, ବଡବିଲ ଏବଂ ଭୁବନେଶ୍ବରରେ ୧.୩ ଲକ୍ଷ ମାସ୍କ ବଣ୍ଟନ କରାଯାଇଅଛି l ଭୁବନେଶ୍ଵର ବିମାନ ବନ୍ଦରର ସୁରକ୍ଷା ଏବଂ ପରିଚାଳନା କର୍ମୀ ମାନଙ୍କୁ ମଧ୍ୟ ୧୭୦୦ ମାସ୍କ ଯୋଗାଇ ଦିଆଯାଇଅଛି l
ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ନେତୃତ୍ଵରେ ଜେଏସପିଏଲ ଫାଉଣ୍ଡେସନ ଏହାର ମିଶନ ଜିରୋ ହଙ୍ଗର ଅଧିନରେ ଜାତୀୟ ଲକ ଡାଉନ ଦିନ ପର ଠାରୁ ଏ ପର୍ଯ୍ୟନ୍ତ ଏକ ଲକ୍ଷରୁ ଊର୍ଦ୍ଧ୍ଵ ପ୍ରବାସୀ ଶ୍ରମିକ ଓ ସାମାଜିକ ଭାବେ ଅସୁରକ୍ଷିତ ଦୁର୍ବଳ ଶ୍ରେଣୀର ବ୍ୟକ୍ତି ବିଶେଷଙ୍କ ନିମନ୍ତେ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଦ୍ରବ୍ୟ ଯୋଗାଇ ଆସିଛି l ଏଥିରେ ଅନୁଗୋଳ ଜିଲ୍ଲାରେ ଏ ପର୍ଯ୍ୟନ୍ତ ୫୦୦୦୦ ଭୋଜନ ପ୍ରଦାନ କରାଯାଇଅଛି l ଜେଏସପିଏଲ ଅଧ୍ୟକ୍ଷ  ନବୀନ ଜିନ୍ଦଲଙ୍କ ପ୍ରେରଣାରେ ଜେଏସପିଏଲ ପ୍ଳାଣ୍ଟର ଆଖପାଖରେ ଯେପରି କେହି ଭୋକିଲା ପେଟରେ ନିଦ୍ରା ନ ଯାଅlନ୍ତୁ, ସେଥି ପାଇଁ ଏହି ମିଶନ ଜିରୋ ହଙ୍ଗର କାର୍ଯ୍ୟକାରୀ କରାଯାଇଅଛି l