ବୃଦ୍ଧ ବୟସରେ ମଧ୍ୟ କରୋନା ସଚେତନତା ପାଇଁ ନୂତନ ପ୍ରୟାସ

ବୃଦ୍ଧ ବୟସରେ ମଧ୍ୟ କରୋନା ସଚେତନତା ପାଇଁ ନୂତନ ପ୍ରୟାସ

ଓଡିଶା ଜିଲ୍ଲା ବଡ ଖବର ରାୟଗଡା

#ବୃଦ୍ଧ_ବୟସର_ମଧ୍ୟ_କରୋନା_ସଚେତନତା_ପାଇଁ_ନୂତନ_ପ୍ରୟାସ          ରାୟଗଡା  : ଜିଲ୍ଲା ରେ କରୋନା ସଚେତନତା ପାଇଁ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲାର  ଯୁବ ସମାଜ, ମହିଳା ସମାଜ ଏପରିକି ଦିବ୍ୟାଙ୍ଗ ଆଜି ରାଜରାସ୍ତା କୁ ଓହ୍ଲାଇଛନ୍ତି କୋରୋନା ସଚେତନତା ର ବାର୍ତ୍ତା ନେଇ।  ଏହି କରୋନା ରୋଗ ଠାରୁ କିପରି ଦୂରରେ ରହିବ ସେ ନେଇ ଜଣେ ବୃଦ୍ଧ ଆର ଏନ ତ୍ରିପାଠୀ ଏକ ନୂତନ ଚିନ୍ତଧାରା ଓ ନୂତନ ବେଶ ଓ ନୂତନ ଢଙ୍ଗରେ ନିଜ ଦେହରେ ସଚେତନତା ର ବୋର୍ଡ ଲଗାଇ ଥେରୁବାଲି ଅଞ୍ଚଳରେ ସାହି ସାହି, ଗଳି ଗଳି ଚାଲି ଚାଲି ସଚେତନତା ସୃଷ୍ଟି କରିବାରେ ଲାଗିଥିବା ଦେଖିବକୁ ମିଳିଛି। ସେ ନିଜ ଦେହରେ ଟାଙ୍ଗି ଥିବା ପୋଷ୍ଟର ରେ ଲେଖା ଅଛି ଅତି କମ ରେ ୨ ମିଟର ସାମାଜିକ ଦୂରତା ରାକ୍ଷା କରନ୍ତୁ ,ଘରେ ରୁହନ୍ତୁ ଓ ନିଜ ଜୀବନ କୁ ନିଜେ ରକ୍ଷା କରନ୍ତୁ । ତାଙ୍କ କହୁଛନ୍ତି ଯେତେ ଦିନ କୋରୋନା ଭୁତାଣୁ ଜୀବିତ ଥିବ ସେତେ ଦିନ ପର୍ଯ୍ୟନ୍ତ ମୁଁ ଏପରି ସଚେତନତା ର ବାର୍ତ୍ତା ବାହକ ରୂପେ କାର୍ଯ୍ୟ କରି ଚାଲିଥିବି ।ଏହି ବୃଦ୍ଧ ଜଣକ ଜୀବନ ର ସାୟାହ୍ନରେ ମଧ୍ୟ ତାଙ୍କର ଚିନ୍ତା ଧାରା ନୂତନ ପିଢ଼ୀ କିପରି ସୁସ୍ଥ ଜୀବନ ଯାପନ କରି ରହିବେ। କଥାରେ ଅଛି ଆପେ ବଞ୍ଚିଲେ ବାପର ନା ,କିନ୍ତୁ ଏହି ବୃଦ୍ଧ ଙ୍କ ଚିନ୍ତା ଧାରା ଅନ୍ୟ ମାନଙ୍କ ଠାରୁ ଭିନ୍ନ ତାଙ୍କ ମତରେ ଆମେ ବଞ୍ଚିଲେ ଦେଶର ନା ।ଏପରି ଚିନ୍ତଧାରା ନୂତନ ଯୁବ ପୀଢ଼ି ଓ ଆମ ଜିଲ୍ଲା ପାଇଁ ଏକ ନୂତନ ସନ୍ଦେଶ ଓ ସ୍ୱାଗତ ଯୋଗ୍ୟ ପଦକ୍ଷେପ।