ଚାଷୀମାନଙ୍କୁ ବିହନ ବିକ୍ରି କଲା ସମବାୟ ସମିତି

ଚାଷୀମାନଙ୍କୁ ବିହନ ବିକ୍ରି କଲା ସମବାୟ ସମିତି

ଓଡିଶା ଜିଲ୍ଲା ପୁରୀ ବଡ ଖବର
#ଚାଷୀମାନଙ୍କୁ_ବିହନ_ବିକ୍ରି_କଲା_ସମବାୟ_ସମିତି          ପିପିଲି   : ( ବିଜୟ କୁମାର ମହାପାତ୍ର )  ପିପିଲି ବ୍ଲକର ତେଇସିପୁର ପଂଚାୟତ ଅଧିନସ୍ଥ ସମବାୟ ସମିତି ଦ୍ୱାରା ଖରିଫଧାନ ଚାଷ ପାଇଁ ଚାଷୀ ମାନଙ୍କୁ ସରକାରୀ ମୁଲ୍ୟରେ ଧାନ ବିହନ ବିକ୍ରି ଆରମ୍ଭ କରିଛି । ଏନେଇ ପୁର୍ବତନ କୃଷିମନ୍ତ୍ରୀ ପ୍ରଦୀପ ମହାରଥି ପିପିଲି ବ୍ଲକ ଅଧିନରେ ଥିବା ସମସ୍ତ ସମବାୟ ସମିତି ଗୁଡିକୁ ଖରିଫ୍ ଧାନଚାଷ ପାଇଁ ଚାଷୀ ମାନଙ୍କୁ ସରକାରୀ ମୁଲ୍ୟରେ ବିହନ ଯୋଗାଇ ଦେବା ପାଇଁ ନିଦ୍ଦେର୍ଶ ଦେଇଥିବା ବେଳେ ଆଜି ସରସ୍ୱତୀପୁର,ତେଇସିପୁର ,କଣ୍ଟି ଓ ପିପିଲି ସମବାୟ ସମିତିରେ ଚାଷି ମାନଙ୍କୁ ଧାନ ବିହନ ବିକ୍ରି ଆରମ୍ଭ କରାଯାଇଥିବା ତେଇସିପୁର ସମବାୟ ସମିତି ଧାନ ବିହନ ବିକ୍ରିରେ ଯୋଗ ଦେଇ ଆତ୍ମା ଅଧ୍ୟକ୍ଷ ପିପିଲି ଧରଣୀଧର ସାହୁ ପ୍ରକାଶ କରିଛନ୍ତି । ଏହି ସମବାୟ ଅଧିନରେ ଚାଷି ମାନଙ୍କୁ ସାରଳା,ପୁଜା,ମସୁରୀ,ଆରଜେଲ,ସବୱାନ ବିହନ ଯୋଗାଇ ଦିଆଯାଉଥିବା ବେଳେ ପ୍ୟାକେଟ ପିଛା ସରକାରୀ ମୁଲ୍ୟ ୪୫୦ ଟଙ୍କା ରହିଥିବା ସମବାୟ ସମିତି ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ସୁଚନା ଦେଇଛନ୍ତି । ତେଇସିପୁର ସରପଂଚ ନରେନ୍ଦ୍ର ଦାସ ଉପସ୍ଥିତ ରହିଥିବା ସହିତ ସରକାର ଚାଷୀମାନଙ୍କୁ ସଠିକ ସମୟରେ ସୁଲଭ ଦରରେ ଧାନ ବିହନ ଯୋଗାଇ ଦେଇଥିବା ରୁ ପ୍ରଶଂସା କରିଛନ୍ତି ।