#ସରପଞ୍ଚଙ୍କୁ_ସରକାରଙ୍କ_ରଜ_ଭେଟି,_ବଢିଲା_ମାସିକ_ପାରିତୋଷିକ ଭୁବନେଶ୍ବର: ପଞ୍ଚାୟତରେ ଏବେ ଜିଲାପାଳ ଦାୟିତ୍ବ ନିର୍ବାହ କରୁଥିବା ସରପଞ୍ଚଙ୍କୁ ରାଜ୍ୟ ସରକାର ଦେଇଛନ୍ତି ରଜ ଭେଟି । ସେମାନଙ୍କର ମାସିକ ଭତ୍ତାକୁ ସରକାର ବୃଦ୍ଧି କରିଛନ୍ତି । କେବଳ ସରପଞ୍ଚ ନୁହନ୍ତି, ସମିତି ସଭ୍ୟ, ଜିଲା ପରିଷଦ ସଭ୍ୟ, ଜିଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ନାଏବ ସରପଞ୍ଚ, ପଞ୍ଚାୟତ ସମିତି ଅଧ୍ୟକ୍ଷ ସମସ୍ତଙ୍କର ଭତ୍ତା ବୃଦ୍ଧି ହୋଇଛି । ଗତ ୧ ଏପ୍ରିଲଠାରୁ ଏହା କାର୍ଯ୍ୟକାରୀ ହେବ । ତେବେ ୱାର୍ଡ଼ମେମ୍ବରମାନଙ୍କ ନିମନ୍ତେ କୌଣସି ମାସିକ ଭତ୍ତା ବ୍ୟବସ୍ଥା କରାଯାଇ ନାହିଁ । ସେମାନେ କେବଳ ପଞ୍ଚାୟତ ବୈଠକ ସମୟରେ ଉପସ୍ଥିତି ପାଇଁ ଦୈନିକ ବୈଠକ ଭତ୍ତା ପାଇବେ ।ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟମାନଙ୍କର ମାସିକ ଭତ୍ତା ୧୯୦ଟଙ୍କାରୁ ୧୮୮୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ସଂକଳ୍ପ ଜାରି କରାଯାଇଛି । ଓଡ଼ିଶା ପଞ୍ଚାୟତ ସମିତି ଟିଏ ରୁଲସ-୧୯୭୫ର ଗାଇଡଲାଇନ୍ ଅନୁସାରେ ବର୍ତ୍ତମାନର ଜୀବନଶୈଳୀକୁ ଦୃଷ୍ଟିରେ ରଖି ଏହି ଦର ବୃଦ୍ଧି ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ନାଏବ ସରପଞ୍ଚଙ୍କ ମାସିକ ପାରିତୋଷିକ ୭୫୦ଟଙ୍କାରୁ ୯୪୦ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ସରପଞ୍ଚଙ୍କର ଭତ୍ତା ୧୮୮୦ଟଙ୍କାରୁ ୨୩୫୦ଟଙ୍କାକୁ ବୃଦ୍ଧି ପାଇଛି। ଅର୍ଥାତ୍ ନାଏବ ସରପଞ୍ଚଙ୍କୁ ମାସିକ ୧୯୦ଟଙ୍କା ଓ ସରପଞ୍ଚଙ୍କୁ ଅଧିକ ୪୭୦ଟଙ୍କା ମିଳିବ। ସେହିପରି ୱାର୍ଡମେମ୍ବର, ନାଏବ ସରପଞ୍ଚ ଓ ସରପଞ୍ଚଙ୍କ ଦୈନିକ ଭତ୍ତା ୪୦ଟଙ୍କା ଓ ବୈଠକ ଫି’ ୨୦୦ଟଙ୍କା ପୂର୍ବଭଳି ରହିଛି।