ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି,୪ ହଜାର ତବଲିକ ଜମାତି ମୁକ୍ତ ହେବେ

ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି,୪ ହଜାର ତବଲିକ ଜମାତି ମୁକ୍ତ ହେବେ

ଦେଶ -ବିଦେଶ ବଡ ଖବର

#ଦିଲ୍ଲୀ_ସରକାରଙ୍କ_ନିଷ୍ପତ୍ତି,_୪_ହଜାର_ତବଲିକ_ଜମାତି_ମୁକ୍ତ_ହେବେ               ନୂଆଦିଲ୍ଲୀ : ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି। କ୍ୱାରେଣ୍ଟାଇନରେ ଥିବା ୪୦୦୦ ତବଲିକ ଜମାତିଙ୍କୁ  ଖୁବଶୀଘ୍ର ଛାଡ଼ିଦିଆଯିବ । ସରକାରୀ ଗାଇଡଲାଇନ ଅନୁସାରେ ସେମାନେ  କ୍ୱାରାଣ୍ଟାଇନ ସମୟ ପୂରଣ କରିଥିବାରୁ ସେମାନଙ୍କୁ ଛାଡ଼ିଦେବା ପାଇଁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି । ହେଲେ ସମସ୍ତଙ୍କୁ ଛଡାଯିବ ନାହିଁ । ଯେଉଁମାନଙ୍କ ନାଁରେ ପୁଲିସ ମାମଲା ରୁଜ୍ଜୁ କରିଛି ସେମାନଙ୍କୁ ପୁଲିସ ହାତରେ ଦିଆଯିବ । ଅନ୍ୟମାନଙ୍କୁ ଘରକୁ ଫେରିବାକୁ ସୁଯୋଗ ଦିଆଯିବ । ଏ ସଂପର୍କରେ ଦିଲ୍ଲୀ ଗୃହମନ୍ତ୍ରୀ ସତ୍ୟେନ୍ଦ୍ର ନାଥ ଜୈନ ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ନିଜାମୁଦ୍ଦିନ ତବଲିକ ଜମାତରେ ଯୋଗ ଦେଇଥିବା ୧୮୦୦୦ ଜମାତିଙ୍କୁ କରୋନା ସନ୍ଦେହରେ ଦେଶର ବିଭିନ୍ନ ରାଜ୍ୟରେ କ୍ବାରେଣ୍ଟାଇନରେ ରଖାଯାଇଥିଲା। ସେମାନଙ୍କ ମଧ୍ୟରୁ ଦିଲ୍ଲୀରେ  ୪୦୦୦ ହଜାରରୁ ଉର୍ଦ୍ଧ୍ବ ଜମାତିଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିଲା। ଇତି ମଧ୍ୟରେ ସେମାନଙ୍କ କ୍ବାରେଣ୍ଟାଇନ ଅବଧି ଶେଷ ହୋଇଥିବାରୁ ସେମାନଙ୍କ ମଧ୍ୟରୁ ୪୦୦୦ ଜମାତିଙ୍କୁ ଛାଡି ଦେବା ପାଇଁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି।