କରୋନା ମୁକାବିଲା, ଅଭିଜ୍ଞ ପରାମର୍ଶଦାତା ଲୋଡିଲେ ସରକାର

କରୋନା ମୁକାବିଲା, ଅଭିଜ୍ଞ ପରାମର୍ଶଦାତା ଲୋଡିଲେ ସରକାର

ଓଡିଶା ବଡ ଖବର

#ଅଭିଜ୍ଞ_ପରାମର୍ଶଦାତା_ଲୋଡିଲେ_ସରକାର     ଭୁବନେଶ୍ୱର  :  କୋଭିଡ୍-୧୯ର ମୁକାବିଲା ନିମନ୍ତେ ସରକାର ସଂପୂର୍ଣ୍ଣ ଦକ୍ଷତାର ସହ ସମସ୍ତ ପ୍ରଚେଷ୍ଟା ଜାରି ରଖିଛନ୍ତି । ବୃହତ୍ ଉଦ୍ୟୋଗରେ ସ୍ୱାସ୍ଥ୍ୟସେବା, ଡାକ୍ତରଖାନା ଭିତିଭୂମି ଓ ପରିଚାଳନା, ବିଶ୍ୱସ୍ତରୀୟ ଅନୁଭବ, ଯନ୍ତ୍ରପାତି, ସଂରଜାମ ତଥା ସାମଗ୍ରୀ ସଂଗ୍ରହ ଏବଂ ସରକାରୀ, ଘରୋଇ ତଥା ଦାତବ୍ୟ କ୍ଷେତ୍ରରେ କାର୍ଯ୍ୟ କରିବାର ସୁଦୀର୍ଘ ଅଭିଜ୍ଞତା ରହିଥିବା ଆଗ୍ରହୀ ବିଶେଷଜ୍ଞମାନଙ୍କଠାରୁ ଓଡ଼ିଶା ସରକାର ଆବେଦନ ଆହ୍ୱାନ କରିଛନ୍ତି । ଆଗ୍ରହୀ ସଂସ୍ଥା ଓ ବ୍ୟକ୍ତିମାନେ ଅବୈତନିକ ପରାମର୍ଶଦାତା ଭାବେ ସରକାରଙ୍କୁ ଉଚ୍ଚସ୍ତରୀୟ ପରିଚାଳନା କ୍ଷେତ୍ରରେ ସହଯୋଗ କରିବେ । ଏ ବାବଦରେ ମୁଖ୍ୟ ଶାସନ ସଚିବଙ୍କ ସ୍ୱତନ୍ତ୍ର ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।