ଡାକ୍ତରଙ୍କ ପାଇଁ ଲାଗୁ ହେବ ଡିଏସିପି

ଓଡିଶା ବଡ ଖବର

#ଡାକ୍ତରଙ୍କ_ପାଇଁ_ଲାଗୁ_ହେବ_ଡିଏସିପି       ଭୁବନେଶ୍ୱର  : ଓଡ଼ିଶା ମେଡିକାଲ ଓ ସ୍ୱାସ୍ଥ୍ୟ ସେବା କ୍ୟାଡ଼ରର ମେଡିକାଲ ଅଫିସରମାନଙ୍କ ପାଇଁ ଡାଇନାମିକ ଆସ୍ୟୁଏଡ୍ କ୍ୟାରିୟର ପ୍ରୋଗ୍ରେସନ(ଡିଏସିପି)କୁ ତକ୍ରାଳ ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । କୋଭିଡ୍-୧୯ ଭୂତାଣୁ ସଂକ୍ରମଣକୁ ରୋକିବା ଓ ଏହାର ପରି·ଳନା ଦିଗରେ ଓଡ଼ିଶା ମେଡିକାଲ ଓ ସ୍ୱାସ୍ଥ୍ୟ ସେବା କ୍ୟାଡ଼ରର ମେଡିକାଲ ଅଫିସରମାନେ ଏବେ ସ୍ୱାସ୍ଥ୍ୟ କ୍ଷେତ୍ରର ଅଗ୍ରଣୀ ଭୂମିକା ତୁଲାଉଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଡିଏସିପି ଯୋଜନା ଅନ୍ତର୍ଗତ ସେମାନଙ୍କର ପଦୋନ୍ନତିକୁ ତ୍ୱରାନ୍ୱିତ କରିବା ନିମନ୍ତେ ନିୟମରେ ଗୋଟିଏ ଥର କୋହଳ କରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏପ୍ରିଲ ୩୦ ତାରିଖ ମଧ୍ୟରେ ଏସମସ୍ତ ପ୍ରକ୍ରିୟା ଶେଷ ହେବ ।