ଭିନ୍ନ ଏକ ପରମ୍ପରା- ମାଘ ମଣ୍ଡେଇ

ଓଡିଶା ଜିଲ୍ଲା ନବରଙ୍ଗପୁର ପର୍ଯ୍ୟଟନ ବିଶେଷ

#ଭିନ୍ନ_ଏକ_ପରମ୍ପରା_ମାଘ_ମଣ୍ଡେଇ  ନବରଙ୍ଗପୁର : ଆଦିବାସୀ ଲୋକ ମାନେ ପ୍ରକୃତିର ଉପାସକ । ବର୍ଷ ତମାମ କଷ୍ଟ ସହି ଫସଲ ଉତ୍ପାଦନ କରୁଥିଲେ ମଧ୍ୟ ସେହି ଫସଲକୁ ଗ୍ରାମଦେବତୀ ହିଁ ସୁରକ୍ଷା ଦେଇଥାନ୍ତି ବୋଲି ସେମାନଙ୍କ ବିଶ୍ବାସ ।ତେଣୁ ଫସଲ ଅମଳ ପରେ ଫସଲକୁ ନୈବେଦ୍ୟ ଆକାରରେ ଗ୍ରାମଦେବତୀଙ୍କ ନିକଟରେ ପୂଜା କରାଯାଏ । ଏହି ଅବଦାନ ପାଇଁ ଉପାସନାର ପର୍ବ ହେଉଛି ମାଘ ମଣ୍ଡେଇ ।

ନବରଙ୍ଗପୁର ଜିଲ୍ଲା କୋଶାଗୁମୁଡ଼ାରେ ଆଦିବାସୀଙ୍କ ଏହି ସ୍ବତନ୍ତ୍ର ପୂଜାରେ ରହିଛି ଭିନ୍ନ ଏକ ପରମ୍ପରା । ମା ଙ୍କ ପ୍ରତୀକ ଲାଠି ଗାଦି ଏକାଠି ରଖାଯାଇ ପୂଜା କରାଯାଏ । ମା’ ସବୁ ବାଧାବିଘ୍ନ ଦୂର କରିଥିବାରୁ କୃତଜ୍ଞତା ଜଣାଇ କିଏ ଲୁହା କଣ୍ଟାର ଚୌକିରେ ବସିଥାଏ ତ ଆଉ କିଏ ନିଜ ମୁହଁ ରେ ଲୁହା କଣ୍ଟା ଫୋଡି ହୋଇଥାଏ।

ଆଉକେହି କଣ୍ଟା ଦୋଳି ରେ ଝୁଲି ଥାଏ ଓ କଣ୍ଟା ଶିକୁଳିରେ ନିଜ ଦେହରେ ମାରି ନିଜ କୁ କଷ୍ଟ ଦେଇଥାଏ । ମା’ ଙ୍କ କୃପାରୁ ଉତ୍ପାଦିତ ଫସଲରୁ ପ୍ରସ୍ତୁତ ଖେଚୁଡ଼ି କରି ,ନୈବେଦ୍ୟ ଆକାରରେ ଗ୍ରାମ ଦେବତୀ ଙ୍କୁ ପ୍ରଦାନ କରାଯାଇଥାଏ ।