ତୃତୀୟ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଛନ୍ତି ୧୧୨ ଜଣ ବ୍ୟକ୍ତି

ତୃତୀୟ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଛନ୍ତି ୧୧୨ ଜଣ ବ୍ୟକ୍ତି

ବଡ ଖବର ଓଡିଶା

#ତୃତୀୟ_କରୋନା_ପଜିଟିଭଙ୍କ_ସଂସ୍ପର୍ଶରେ_ଆସିଛନ୍ତି_୧୧୨_ଜଣ_ବ୍ୟକ୍ତି       ଭୁବନେଶ୍ୱର  :  ରାଜ୍ୟରେ ଚିହ୍ନଟ ହୋଇଥିବା ତୃତୀୟ କରୋନା ରୋଗୀଙ୍କ ସଂସ୍ପର୍ଶରେ୧୧୨ ଜଣ ଆସିଛନ୍ତି । ସେ ଦିଲ୍ଲୀରୁ ଫ୍ଲାଆଇଟ୍ ରେ ଭୁବନେଶ୍ୱରକୁ ଫେରିବା ବେଳେ ୩୨ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି । ଏହା ବ୍ୟତୀତ ତାଙ୍କ ପରିବାର ମଧ୍ୟରେ ପତ୍ନୀ ଆଉ ଝିଅ , ଡ୍ରାଇଭର ଏବଂ ସହାୟିକା ମଧ୍ୟ ସଂସ୍ପର୍ଶରେ ଆସିଛନ୍ତି । ସେହିପରି ସେ କାମ କରୁଥିବା ବ୍ୟାଙ୍କ ର ୪୪ ଜଣ କର୍ମଚାରୀ , ବିଧାନସଗଭାରେ ୭ ଜଣ କର୍ମଚାରୀ , ଚିକିତ୍ସା ପାଇଁ ଯାଇଥିବା କ୍ଲିିନିକ୍ ରେ ୨୧ ଜଣ , ପାଥୋଳୋଜିର ୩ ଜଣ , ଏହିଭଳି ଭାବେ ପ୍ରାୟ ୧୧୨ ଜଣ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି । ସେମାନଙ୍କୁ ପର୍ଯ୍ୟବେକ୍ଷଣ ରେ ରଖାଯାଇଛି ରାଜ୍ୟ ସରକାରଙ୍କ କୋଭିଡ୍ -୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।

ସେ ଆହୁରି କହିଛନ୍ତି ଯେ ତୃତୀୟ ରୋଗୀଙ୍କ ସଂସର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୧୫ ଜଣଙ୍କ ସହ ଯୋଗାଯୋଗ ହୋଇପାରିନାହିଁ । ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଠାରୁ ନମୂନା ସଂଗ୍ରହ କରାଯାଇ ଯାଂଚ ପାଇଁ ପଠାଯାଇଛି । ସେଥିମଧ୍ୟରୁ ଜଣଙ୍କର ରିପୋର୍ଟ ମିଳିଛି ଏବଂ ତାହା ନେଗେଟିଭ୍ ଅଛି । ଅନ୍ୟମାନଙ୍କର ରିପୋର୍ଟ ବର୍ତମାନ ସୁଦ୍ଧା ହସ୍ତଗତ ହୋଇନାହିଁ ।

ଅନ୍ୟପକ୍ଷରେ କରୋନା ସଂକ୍ରମଣ ଆଶଙ୍କାରେ ଶନିବାର ଦିନ  ଓଡିଶାରେ ୨୨୬ ଟି ନମୂନା ଯାଞ୍ଚ ପାଇଁ ପଠାଯାଇଛି । ଯାଞ୍ଚ ରିପୋର୍ଟ ମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେହି ୩ ଜଣ ହିଁ ପଜିଟିଭି ଅଛନ୍ତି । ପୂର୍ବରୁ ପଜିଟିଭ୍ ଚିହ୍ନଟ ୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ତୃତୀୟ ପଜିଟିଭ୍ ଙ୍କ ଅବସ୍ଥାରେ ଉନ୍ନତି ଦେଖାଦେଇଛି ।
ସେ କହିଛନ୍ତି ଯେ ପ୍ରଥମ ୨ ଜଣ କରୋନା ରୋଗୀଙ୍କ ସଂସ୍ପର୍ଶରେ ୫୫ ଜଣ ଆସିଥିଲେ । ସମସ୍ତଙ୍କ ସହ ଆମେ ଯୋଗାଯୋଗ କରିଛୁ । ବର୍ତ୍ତମାନ ୫୬ ଜଣ ସନ୍ଦିଗ୍ଧଙ୍କୁ ଆଇସୋଲେସନ୍ ରେ ରଖାଯାଇଛି ।
ସେହିପରି ରାଜ୍ୟ ସରକାରଙ୍କ ୱେବସାଇଟ୍ ଏବଂ ୧୦୪ ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ୭୦୮୦ଜଣ ପଞ୍ଜୀକରଣ କରାଇଛନ୍ତି । ସେମାନଙ୍କ ମଧ୍ୟରେ ୪୨୮୬ ଜଣ ବିଦେଶୀ ଫେରନ୍ତା ରହିଥିବା ବେଳେ ୨୭୯୪ ଜଣ ଅନ୍ୟ ରାଜ୍ୟରୁ ଓଡିଶାକୁ ଫେରିଛନ୍ତି ।