ମକର ଉତ୍ସବ ଉପଲକ୍ଷେ ବଳଦେବଜୀଉ ମନ୍ଦିରରେ ୫୦ ହଜାରରୁ ଉଦ୍ଧ୍ୱର୍ ଶ୍ରଦ୍ଧାଳୁଙ୍କ ସମାଗମ

ଓଡିଶା କେନ୍ଦ୍ରାପଡା ଜିଲ୍ଲା ବଡ ଖବର ରାଜ୍ୟ

କେନ୍ଦ୍ରାପଡା : ମକର ଉତ୍ସବ ଉପଲକ୍ଷେ ବଳଦେବଜୀଉ ମନ୍ଦିରରେ ୫୦ ହଜାରରୁ ଉଦ୍ଧ୍ୱର୍ ଶ୍ରଦ୍ଧାଳୁଙ୍କ ସମାଗମ ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରରେ ଭକ୍ତଙ୍କର ପ୍ରବଳ ସମାଗମ ଦେଖିବାକୁ ମିଳିଛି । ବୁଧବାର ମକର ସଂକ୍ରାନ୍ତି ଉପଲକ୍ଷେ ଶ୍ରୀ ଜୀଉଙ୍କର ଦର୍ଶନ ନିମନ୍ତେ ସହର ତଥା ଜିଲ୍ଲା ଓ ଜିଲ୍ଲା ବାହାରୁ ସହସ୍ରାଧିକ ଭକ୍ତଙ୍କ ସମାବେଶରେ ମନ୍ଦିର ଓ ଆଖପାଖ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ଆଜି ଦିନରୁ ସୂର୍ଯ୍ୟଙ୍କର ଉତରାୟଣ ଓ ମକର ରାଶିରେ ପ୍ରବେଶ ଘଟୁଥିବାରୁ ଶୁଭଦିନଭାବେ ଗ୍ରହଣ କରାଯାଇଛି ।

ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସ୍ୱତନ୍ତ୍ର ପୂଜାପାଠ ଓ ନୀତିକାନ୍ତିରେ ଜୀଉମାନଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଗତକାଲି ନବାଙ୍କ ବେଢା ପରିକ୍ରମା ପରେ ଆଜି ଶ୍ରୀଜୀଉଙ୍କ ଠାରେ ୫୬ ଭୋଗ ଲାଗୁ ହେଲାପରେ ମକର ବେଢା ପରିକ୍ରମା କରାଯାଇଥିଲା । ଦିଅଁ ଦର୍ଶନ ପାଇଁ ବିଧାୟକ ଶଶୀଭୂଷଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ପୋଲିସ୍ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରାୟ ୧୦୦ ରୁ ଉଦ୍ଧ୍ୱର୍ ସଂଖ୍ୟକ ପୋଲିସ୍ ମୃତୟନ କରାଯାଇଥିଲା । ଭାରପ୍ରାପ୍ତ ଟାଉନ୍ଥାନା ଅଧିକାରୀ ମହେଶ୍ୱର ସେଠୀଙ୍କ ନେତୃତ୍ୱରେ ପୋଲିସ୍ ବାହିନୀ ଇଚ୍ଛାପୁରରେ ଟ୍ରାଫିକ୍ ସମସ୍ୟା ଓ ଯାତ୍ରୀମାନଙ୍କ ଶୃଙ୍ଖଳାର ସହ ଦର୍ଶନ ବ୍ୟବସ୍ଥା ପରିଚାଳନା କରିଥିଲେ ।