ଧସିଲା ପଥର ,ରେଳ କର୍ମଚାରୀ ସମେତ ୩ ଜଣଙ୍କ ମୃତ୍ୟୁ

ଧସିଲା ପଥର ,ରେଳ କର୍ମଚାରୀ ସମେତ ୩ ଜଣଙ୍କ ମୃତ୍ୟୁ

ଓଡିଶା ଜିଲ୍ଲା ରାୟଗଡା

#ଧସିଲା_ପଥର_ରେଳ_କର୍ମଚାରୀ_ସମେତ_୩_ଜଣଙ୍କ_ମୃତ୍ୟୁ              ରାୟଗଡ଼ା : ( ଗୁରୁ ପ୍ରସାଦ ସାହୁ ) କୋରାପୁଟ-କିରୁଣ୍ଡୁଲ ରେଳ ଲାଇନର ବୋରା କେଭ ନିକଟରେ ଘଟିଛି ଦୁର୍ଘଟଣା। ରେଳ ଲାଇନରେ ପଥର ଧସିବା ଯୋଗୁ ଜଣେ ରେଳ କର୍ମଚାରୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ମାନେ ହେଲେ କାତାରା ବିରା ସ୍ୱାମୀ (୫୪), ଚୁକା ସୁରୀ ବାବୁ (୪୫) ଓ ସୁରେଶ (୪୨)। ଦୁର୍ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ସୁଙ୍ଗି ବ୍ୟାରୁକୁ କୋଟା ମେଡିକାଲରେ ଭର୍ତ୍ତି କରାଯାଇଛି। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଆହତ ମାନଙ୍କୁ ବିଶାଖାପାଟଣା କେଜିଏଚ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ବୋରା କେଭ-ଚିମିଡ଼ିପଲ୍ଲୀ ଷ୍ଟେସନ ମଧ୍ୟରେ ପଥର ଧସିଥିଲା। ଖବର ପାଇ ରେଳ କର୍ମଚାରୀ ଓ ଶ୍ରମିକମାନେ ଘଟଣା ସ୍ଥଳରେ ପହଞ୍ଚି ରେଳ ଲାଇନରୁ ପଥର ହଟାଉଥିଲେ। ଏହି ସମୟରେ ପୁଣି ପଥର ଧସିବା ଯୋଗୁ ଶ୍ରମିକମାନେ ଚାପି ହୋଇ ଯାଇଥିଲେ। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଶ୍ରମିକଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ୨ ଶ୍ରମିକ ବିରା ସ୍ୱାମୀ ଓ ସୁରୀ ବାବୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ରାସ୍ତାରେ ରେଳ କର୍ମଚାରୀ ସୁରେଶଙ୍କ ମୃତ୍ୟୁ ହୋଇଥିଲା।