ପ୍ରବାସୀ ଓଡ଼ିଆଙ୍କ କ୍ବାରେଣ୍ଟାଇନ କେନ୍ଦ୍ର ସମୀକ୍ଷା କଲେ ଉପଜିଲ୍ଲାପାଳ

ପ୍ରବାସୀ ଓଡ଼ିଆଙ୍କ କ୍ବାରେଣ୍ଟାଇନ କେନ୍ଦ୍ର ସମୀକ୍ଷା କଲେ ଉପଜିଲ୍ଲାପାଳ

ଓଡିଶା ଗଞ୍ଜାମ ଜିଲ୍ଲା
#ପ୍ରବାସୀ_ଓଡ଼ିଆଙ୍କ_କ୍ବାରେଣ୍ଟାଇନ_କେନ୍ଦ୍ର _ସମୀକ୍ଷା_କଲେ_ଉପଜିଲ୍ଲାପାଳ            ବ୍ରହ୍ମପୁର  :    ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ବୁଧବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧିନସ୍ଥ ବିଭିନ୍ନ ପଞ୍ଚାୟତରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ କ୍ବାରେଣ୍ଟାଇନ କେନ୍ଦ୍ର ସମୀକ୍ଷା କରିଥିବା ଜଣାପଡିଛି ।  ମେ ୩ ତାରିଖ ପରଠାରୁ ରାଜ୍ୟ ବାହାରେ ଫସି ରହିଥିବା ପ୍ରବାସୀ ଓଡିଆମାନଙ୍କୁ ରାଜ୍ୟ ସରକାର ସୁରଟରୁ ବସ୍ କିମ୍ବା ଟ୍ରେନ ଯୋଗେ ଓଡ଼ିଶା ଫେରାଇ ଆଣି ବିଭିନ୍ନ କ୍ବାରାଣ୍ଟାଇନ୍ କେନ୍ଦ୍ରରେ ରଖି ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ଖାଇବା , ରହିବା ନିମନ୍ତେ ସୁବନ୍ଦୋବସ୍ତ କରିଛନ୍ତି । ଏହି ଅବସରରେ ଆଜିସୁଦ୍ଧା ଦିଗପହଣ୍ଡି ବ୍ଲକ ଅଧିନରେ ଥିବା ୧୦ ଟି କ୍ବାରାଣ୍ଟାଇନ୍ କେନ୍ଦ୍ରରେ ପ୍ରାୟତଃ ୭୯୭ ଜଣ ପ୍ରବାସୀ ଓଡ଼ିଆ ମାନେ ରହୁଥିବା ସୂଚନା ମିଳିଛି । ଏହି ପରିପ୍ରେକ୍ଷୀରେ ବୁଧବାର ସକାଳେ ଉପଜିଲ୍ଲାପାଳ ଭାଉସାହେବ ହଠାତ ଦିଗପହଣ୍ଡି ଗସ୍ତରେ ଆସି ପ୍ରଥମେ କୋଟିନଡା ଆଦର୍ଶ ବିଦ୍ୟାଳୟରେ ପହଞ୍ଚି ପ୍ରବାସୀ ମାନଙ୍କ ସମସ୍ୟା ବୁଝିବା ସହ ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ସେମାନଙ୍କୁ ଯୋଗାଇ ଦିଆ ଯାଉଥିବା ରନ୍ଧାଖାଦ୍ୟ , ପାନୀୟଜଳ , ବିଦ୍ୟୁତ ସେବା ଉପରେ ତଦାରଖ କରିଛନ୍ତି । ଏହାପରେ ଗୋକର୍ଣ୍ଣପୁର ଆଦିବାସୀ ହଷ୍ଟେଲ , ପଦ୍ମନାଭପୁର ରାଧା ଦାମୋଦର ବାଳିକା ବିଦ୍ୟାଳୟରେ ପହଞ୍ଚି ସେଠାରେ ମଧ୍ୟ ସ୍ଥାନୀୟ ବ୍ଲକ ପ୍ରଶାସନ ଓ ସରପଞ୍ଚ ,ନୋଡାଲ ଅଧିକାରୀ ମାନଙ୍କ ସହ ଆଲୋଚନା କରି ଫେରିଥିବା ଜଣାପଡିଛି । ଉପଜିଲ୍ଲାପାଳ ଏହି ଗସ୍ତ ସମୟରେ ଦିଗପହଣ୍ଡି ତହସିଲଦାର ଅଦୈତ୍ୟ କୁମାର ସ୍ବାଇଁ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବର , ପଦ୍ମନାଭପୁର ସରପଞ୍ଚ ବି. କ୍ରିଷ୍ଣାରାଓ ସୁବୁଦ୍ଧି , ସିଦ୍ଧେଶ୍ୱର ସରପଞ୍ଚ ପ୍ରତିନିଧି ସରୋଜ କୁମାର ଜେନା , ଗୋକର୍ଣ୍ଣପୁର ପୂର୍ବତନ ସରପଞ୍ଚ ଅସିତ କୁମାର ସାହୁ , ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଗ୍ରାମ ଆଚାର୍ଯ୍ୟ , ଜାଗିଲି ସାହୁ , ଗ୍ରାମ ରୋଜଗାର ସେବକ ସନ୍ତୋଷ ପାତ୍ର ଓ ସମିତି ସଭ୍ୟ ସୁଶାନ୍ତ ସେଠୀ ଉପସ୍ଥିତ ଥିଲେ ।