ଭାରତର ପ୍ରସ୍ତାବରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ରାଜି, ଜାରି ରହିବ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ର ପରୀକ୍ଷଣ

ଭାରତର ପ୍ରସ୍ତାବରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ରାଜି, ଜାରି ରହିବ ହାଇଡ୍ରୋକ୍ସିକ୍ଲୋରୋକୁଇନର ପରୀକ୍ଷଣ

ଦେଶ -ବିଦେଶ ବଡ ଖବର

#ଜାରି_ରହିବ_ହାଇଡ୍ରୋକ୍ସିକ୍ଲୋରୋକୁଇନର_ପରୀକ୍ଷଣ           ନୂଆଦିଲ୍ଲୀ   : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ର ପୁଣି ଥରେ ପରୀକ୍ଷଣ କରିବାକୁ ନିଷ୍ପତି ନେଇଛି ।  ଏହାର କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହି ନିଷ୍ପତି ପରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଉପରେ ପରୀକ୍ଷା ଜାରି ରହିବ ।ଡବ୍ଲୁଏଚଓର ଏହି ନିଷ୍ପତି ଉପରେ ଖୁସି ବ୍ୟକ୍ତ କରି କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (ସିଏସଆଇଆର) ମହାନିର୍ଦ୍ଦେଶକ ଶେଖର ସି ମାଣ୍ଡେ କହିଛନ୍ତି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୂର୍ବରୁ ତରବରିଆ ଭାବେ ନିଷ୍ପତି ନେଇଥିଲା । ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ର ପରୀକ୍ଷା ବନ୍ଦ କରିବା ପୂର୍ବରୁ ସଂଗଠନ ଏହାର ପ୍ରାଥମିକ ତଥ୍ୟ ସମୀକ୍ଷା କରିବା ଉଚିତ୍ ବୋଲି ସେ କହିଛନ୍ତିି ।

ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲାନସେଟ୍ ପତ୍ରିକାର ଏକ ଆଲେଖକୁ ଦର୍ଶାଇ ଡ୍ରଗ୍ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ର  ପରୀକ୍ଷାକୁ ବନ୍ଦ କରି ଦେଇଥିଲା । ଲାନସେଟ୍ ଅନୁଯାୟୀ, କରୋନା ଉପରେ ଏହି ଔଷଧର ବିଶେଷ ପ୍ରଭାବ ନାହିଁ ବରଂ ଏହାର ଗୁରୁତର ପାଶ୍ୱର୍ ପ୍ରତିକ୍ରିୟା ଅଛି । ତେବେ ଆଇସିଏମଆର ଏହି ଔଷଧକୁ ନିରାପଦ ଏବଂ ପ୍ରଭାବଶାଳୀ ବୋଲି କହିଥିଲା ଏବଂ କରୋନା ସହିତ ଲଢୁଥିବା ସମସ୍ତ ଯୋଦ୍ଧାଙ୍କୁ ଏହାର ବ୍ୟବହାର କରିବାକୁ ସୁପାରିଶ କରିଥିଲା ।