ଜୁନ୍ ମାସ ଆମପାଇଁ ଗୁରୁତ୍ୱପୂର୍ଣ୍ଣ,ଆତ୍ମସଂଯମ ହିଁ ସଂକ୍ରମଣରୁ ରକ୍ଷା ପାଇବାର ଏକମାତ୍ର ବିକଳ୍ପ

ଜୁନ୍ ମାସ ଆମପାଇଁ ଗୁରୁତ୍ୱପୂର୍ଣ୍ଣ,ଆତ୍ମସଂଯମ ହିଁ ସଂକ୍ରମଣରୁ ରକ୍ଷା ପାଇବାର ଏକମାତ୍ର ବିକଳ୍ପ

ଓଡିଶା ବଡ ଖବର

#ଜୁନ୍_ମାସ_ଆମପାଇଁ_ଗୁରୁତ୍ୱପୂର୍ଣ୍ଣ             ଭୁବନେଶ୍ୱର  :    ରାଜ୍ୟରେ ଜୁନ୍ ମାସରେ କରୋନା ସଂକ୍ରମଣ ଚତୁର୍ଥ ପର୍ଯ୍ୟାୟରେ ପହଂଚିପାରେ । ଏହି ମାସରେ ହିଁ ସର୍ବାଧିକ ସଂକ୍ରମଣର ଆଶଙ୍କା ରହିଛି । ସଙ୍ଗରୋଧ, ମାର୍ଗଦର୍ଶିକା ଅନୁପାଳନ, ଆତ୍ମସଂଯମ ହିଁ ଏହି ସଂକ୍ରମଣରୁ ରକ୍ଷା ପାଇବା ନିମନ୍ତେ ଏକମାତ୍ର ବିକଳ୍ପ । ତେଣୁ ଏହି ସମୟ ମଧ୍ୟରେ ରାଜ୍ୟବାସୀ ସର୍ବାଧିକ ସତର୍କତା ଅବଲମ୍ବନ କରନ୍ତୁ ବୋଲି ରାଜ୍ୟ ସରକାରଙ୍କ କୋଭିଡ୍ ୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ।
ଶନିବାର ଦିନ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗ୍ଚୀ କହିଛନ୍ତି, ଲୋକେ ସତର୍କ ନ ରହିଲେ ଆଗାମୀ ଦିନରେ ଯେ ଏହା ବିସ୍ଫୋରକ ପରିସ୍ଥିତି ସୃଷ୍ଟି ନ କରିବ, ତାହା କହିହେବ ନାହିଁ । କରୋନା ମୁକାବିଲା ପାଇଁ ଜୁନ ମାସ ହେଉଛି ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟରେ ପ୍ରଥମ କରୋନା ପଜିଟିଭ ମାର୍ଚ୍ଚ ୧୫ରେ ଚିହ୍ନଟ ହୋଇଥିଲା । ତେଣୁ ସଂକ୍ରମଣ ଆସିବା ୩ ମାସ ଟପି ଯାଇଛି । ଜୁନ ହେଉଛି ଏ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ଏହି ମାସରେ ରାଜ୍ୟ କୋଭିଡ୍ ଯୁଦ୍ଧର ଚତୁର୍ଥ ପର୍ଯ୍ୟାୟରେ ପହଂଚିଛି ।
ଗତ କିଛି ସପ୍ତାହ ମଧ୍ୟରେ ଓଡ଼ିଶାକୁ ୫ ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଆ ଆସିଛନ୍ତି । ଏହାର ପ୍ରଭାବ କିଭଳି ରହିବ ତାହା ଆଗାମୀ ୧୫ ଦିନ ମଧ୍ୟରେ ଜଣାପଡ଼ିଯିବ । ଅନ୍ୟପଟରେ ଜୁନରେ ମୌସୁମୀ ଆସୁଥିବା ପୂର୍ବରୁ ସତର୍କ ରହିବାକୁ ପଡ଼ିବ । ଆମକୁ ଆତ୍ମ ସଚେତନ ହେବାକୁ ପଡ଼ିବ । ସଫା ମାସ୍କଟିଏ ପିନ୍ଧିବାକୁ ବହୁ ଅର୍ଥ ଦରକାର ପଡୁନାହିଁ । ସାମାଜିକ ଦୂରତା ରଖି ଚଳପ୍ରଚଳ ହେବା ବଡ଼ କଥା ନୁହେଁ । ଏବେ ଆମକୁ ସତର୍କର ସହିତ ପରିଚାଳିତ ହେବାକୁ ଅଛି । ଆଜି ସଟ ଡାଉନରେ ଘରେ ରହିଲେ କିଛି ଅସୁବିଧା ନୁହେଁ । ଦିନକୁ ୩୦ ଘଂଟା, ମାସକୁ ୭୨୦ ଘଂଟା । ଦିନକୁ ୧୦ ଘଂଟା ନଯାଇ ଓ ସପ୍ତାହରେ ୨ଦିନ ବାହାରକୁ ନ ଗଲେ କିଛି ଅସୁବିଧା ନାହିଁ । ଆମେ ୪୯୨ ଘଂଟା କରୋନା ଠାରୁ ଦୂରରେ ରହିପାରିବା ।
କରୋନାର ପ୍ରତରୋଧ ଅଛି କିନ୍ତୁ ପ୍ରତିଷେଧକ ନାହିଁ । କରୋନା ନିମୋନିଆ ଭଳି ଏକ ରୋଗ ସତ କିନ୍ତୁ ବିଜଳୁି ବେଗରେ ବ୍ୟାପେ । କରୋନାରେ ସର୍ବାଧିକ ୬୦ ବର୍ଷରୁ ଉଦ୍ଧ୍ୱର୍ ଲୋକଙ୍କର ମୃତ୍ୟୁ ହେଉଛି । ସ୍ୱଚ୍ଛତା, ସାମାଜିକ ଦୂରତ୍ୱ, ଗର୍ଭବତୀ, ବୃଦ୍ଧଙ୍କୁ ଦୂରରେ ରଖିପାରିଲେ ଆମେ କରୋନାରୁ ମୁକ୍ତି ପାଇପାରିବା । ରାଜ୍ୟ ସରକାର ସେତେବେଳେ ୮ଟି ସହର ୫ଟି ଜିଲ୍ଲାରେ ଲକଡାଉନ ଘୋଷଣା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ବିଦେଶ ଫେରନ୍ତା, ୨ୟ ପର୍ଯ୍ୟାୟରେ ଦିଲ୍ଲୀ ହଜରତ ନିଜାମୁଦ୍ଦିନ ଫେରନ୍ତା, ୩ୟ ପର୍ଯ୍ୟାୟରେ ବାହାର ରାଜ୍ୟର ଫେରନ୍ତାଙ୍କ ପାଇଁ ରାଜ୍ୟରେ କରୋନା ବ୍ୟାପଛି, ତେଣୁ ଚତୁର୍ଥ ପର୍ଯ୍ୟାୟ ଆମ ସମସ୍ତଙ୍କର ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ବାଗ୍ଚୀ ସୂଚନା ଦେଇଛନ୍ତି ।
ଏହି ଚତୁର୍ଥ ପର୍ଯ୍ୟାୟ ଓଡ଼ିଶାର ଭାଗ୍ୟ ନିର୍ଦ୍ଧାରଣ କରିବ । ଏହାମଧ୍ୟରେ ଜୀବନ ଓ ଜୀବିକା ମଧ୍ୟରେ ନ୍ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ଜୀବନ ପାଇଁ ଜୀବିକାକୁ ବଂଚାଇ ରଖିବାକୁ ପଡ଼ିବ । ଏପରି ପରିସ୍ଥିତିରେ କରୋନା ଭାଇରସ ଜଙ୍ଗଲର ମଣିଷଖିଆ ବାଘ ପରି ଆସିଛି । ଲକଡାଉନର ଅର୍ଥ ନୁହେଁ, ଅଲ୍ କ୍ଲିୟର । ଯୁଦ୍ଧ ସମୟରେ ଶତ୍ରୁ ଯିବା ପରେ ଅଲ୍ କ୍ଲିୟର ସୂଚନା ଦିଆଯାଏ । କିନ୍ତୁ ସରକାର ଲକଡାଉନ କୋହଳ କରି ଦେଲେ ବୋଲି ଏହା ଅଲ୍ କ୍ଲିୟର ହୋଇ ନାହିଁ ।
ଯୁକ୍ତରାଷ୍ଟ୍ର ଆମେରିକାରେ ୨ ମାସ ଭିତରେ ୧୩ ହଜାର ୮୯୮ ଜଣ ଲୋକ କେରାନା ଭାଇରସରେ ସଂକ୍ରମିତ ହୋଇଥିଲେ ।ଏହାର ୧୫ ଦିନ ପରେ ଏହି ସଂଖ୍ୟା ୨ ଲକ୍ଷ ୮୩ ହଜାର ୪୭୭ରେ ପହଂଚିଥିଲା । ଆଜି ସୁଦ୍ଧା ଆମେରିକାରେ ୧୯ ଲକ୍ଷ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଭାରତରେ ୨ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ହେବା ପରେ ୬ଷ୍ଠ ସ୍ଥାନରେ ଅଛି । ଭାରତରେ ବିସ୍ଫୋରକ ରୂପ ନେବାର ଆଶଙ୍କା ସୃଷ୍ଟି ହୋଇଛି ।