ପାତ୍ରପୁ୍ରେ ଦୁଇ କରୋନା ସନ୍ଦିଗ୍ଧ, ସଙ୍ଗରୋଧରେ ପୋଲିସ କର୍ମଚାରୀ

ଭୁବନେଶ୍ବରକୁ ଫେରିଲା କରୋନା,ସହରରେ ୪ କରୋନା ଆକ୍ରାନ୍ତ ଚିହ୍ନଟ

ଓଡିଶା ବଡ ଖବର ମହାନଗର

#ଭୁବନେଶ୍ବରକୁ_ଫେରିଲା_କରୋନା             ଭୁବନେଶ୍ୱର   : ରାଜଧାନୀକୁ ପୁଣି ଫେରିଲା କରୋନା । ଗୁରୁବାର ଭୁବନେଶ୍ୱରରୁ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବର ମହ‌ାନଗର ନିଗମର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଏହି ୪ ଜଣ ଚିହ୍ନଟ ହୋଇଛନ୍ତି। ବିଏମସି ପକ୍ଷରୁ ଟୁଇଟ୍ କରି କୁହାଯାଇଛି, ଏହି ୪ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କଳିଙ୍ଗ ବିହାର ଅଞ୍ଚଳରୁ ଜଣେ ଆକ୍ରାନ୍ତ ରହିଥିବା ଜଣାପଡ଼ିଛି। ଏହି ଆକ୍ରାନ୍ତ ଜଣକ ହୋମ କ୍ବାରେଣ୍ଟାଇନରେ ଥିଲେ ଏବଂ ସେ ପୂର୍ବରୁ କଳିଙ୍ଗ ବିହାରରେ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସେହିପରି ଅନ୍ୟ ୩ଜଣ  ସଂକ୍ରମିତ ମଧ୍ୟରୁ ଜଣେ ଏମସ୍‌ର କର୍ମଚାରୀ ଥିବା ବେଳେ ଅନ୍ୟ ଦୁଇଜଣ ଆଇଗିଣିଆ ଓ ଡୁମୁଡ଼ୁମାର । ଏମସର ଏହି କର୍ମଚାରୀ ଜଣେ ନର୍ସ ବୋଲି ସୂଚନା ମିଳିଛି। ନୂଆ ଚିହ୍ନଟ ରୋଗୀଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି ବୋଲି ମହାନଗର ନିଗମ ପକ୍ଷରୁ କୁହାଯାଇଛି।