ଗୃହ ମନ୍ତ୍ରଣାଳୟର ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ - ଗୁଜବକୁ ରୋକନ୍ତୁ

ଗୃହ ମନ୍ତ୍ରଣାଳୟର ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ – ଗୁଜବକୁ ରୋକନ୍ତୁ

ଦେଶ -ବିଦେଶ ବଡ ଖବର

#ଗୃହ_ମନ୍ତ୍ରଣାଳୟର_ରାଜ୍ୟ_ସରକାରମାନଙ୍କୁ_ନିର୍ଦ୍ଦେଶ_ଗୁଜବକୁ_ରୋକନ୍ତୁ    ନୂଆଦିଲ୍ଲୀ : ସାରା ଦେଶରେ ୨୧ ଦିନିଆ ଲକ ଡାଉନକୁ ଦୃଷ୍ଟିରେ ରଖି ଖାଦ୍ୟ ମନ୍ତ୍ରଣାଳୟର ଖାଦ୍ୟ ସାମଗ୍ରୀ ଅଭାବ ତଥା ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଥିବାକୁ ପ୍ରଚାର ହେଉଥିବା ଗୁଜବକୁ ରୋକିବା ପାଇଁ ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ସରକାରମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କହିଛି ।

ଗୃହ ମନ୍ତ୍ରଣାଳୟ ଦ୍ୱାରା ସମସ୍ତ ରାଜ୍ୟର ମୁଖ୍ୟ ସଚିବ ଏବଂ ଡିଜିପିଙ୍କ ନିକଟକୁ ପଠାଯାଇଥିବା ଚିଠିରେ ଲୋକଙ୍କ ଭୟ ଦୂର କରିବା ତଥା ଶାନ୍ତି ଏବଂ ସୌହାର୍ଦ୍ୟ ରକ୍ଷା କରିବା ପାଇଁ ଖାଦ୍ୟ ସାମଗ୍ରୀ, ଔଷଧ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତା ସମ୍ପର୍କରେ ସୂଚନା ଦେବାକୁ କୁହା ଯାଇଛି ।

ଚିଠିରେ ଏହା ମଧ୍ୟ ଦର୍ଶାଯାଇଛି ଯେ ବିପର୍ଯ୍ୟୟ ପରିଚଳନା ଅଧିନିୟମ, ୨୦୦୫ (ବଂଦ ପାଇଁ) ଅନୁଯାୟୀ ଜାରି କରାଯାଇଥିବା ଆଦେଶ ପରେ ଖାଦ୍ୟ ତଥା ଅନ୍ୟାନ୍ୟ ଜରୁରୀ ସେବା ତଥା ସାମଗ୍ରୀର ଅନୁପସ୍ଥିତିରେ ଗୁଜବ ସୃଷ୍ଟି ହେବାର ଆଶଙ୍କା ରହିଛି । ଏଥି ସହିତ ପତ୍ରରେ କୁହା ଯାଇଛି ଯେ ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏବଂ କେନ୍ଦ୍ର ପ୍ରଶାସନ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଉଚିତ ଯାହା ଦ୍ୱାରା ଖାଦ୍ୟ ସାମଗ୍ରୀ, ସାମଗ୍ରୀ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ଯୋଗାଣ ଅକ୍ଷୁର୍ଣ୍ଣ ରହିବ ଏବଂ ଦେଶରେ ପର୍ଯ୍ୟାପ୍ତ ସାମଗ୍ରୀ ଉପଲବ୍ଧ ହେବ ।