୨୦୨୦ ପାଇଁ ଆନୁମାନିକ ଅଭିବୃଦ୍ଧି ହାର ହ୍ରାସ କରି ୨.୫% ମୁଡିଜ୍

୨୦୨୦ ପାଇଁ ଆନୁମାନିକ ଅଭିବୃଦ୍ଧି ହାର ହ୍ରାସ କରି ୨.୫% କଲା ମୁଡିଜ୍

ଦେଶ -ବିଦେଶ ବଡ ଖବର ବାଣିଜ୍ୟ

 #ଆନୁମାନିକ_ଅଭିବୃଦ୍ଧି_ହାର_ହ୍ରାସ_କଲା_ମୁଡିଜ୍       ନୂଆଦିଲ୍ଲୀ  : ଗ୍ଲୋବାଲ କ୍ରେଡିଟ୍ ରେଟିଙ୍ଗ ଏଜେନ୍ସି ମୁଡିଜ୍ ଇନଭେଷ୍ଟର୍ସ ସର୍ଭିସ ୨୦୨୦ରେ ନିଜର ପ୍ରଥମ ଆନୁମାନିକ ବିକାଶ ହାରକୁ ହ୍ରାସ କରି ୨.୫ ପ୍ରତିଶତ କରିଛି । ଉଲ୍ଲେଖନୀୟ ଏହା ପୂର୍ବରୁ ମୁଡିଜ୍ ଭାରତର ସକଳ ଘରୋଇ ଉତ୍ପାଦ (ଜିଡିପି) ୨୦୨୦ରେ ୫.୩ ରହିବ ବୋଲି ଅନୁମାନ କରିଥିଲା ।
ମୁଡିଜ୍ ଶୁକ୍ରବାର ଜାରି ରିପୋର୍ଟରେ କହିଛି ଯେ, କରୋନା ଭାଇରସ ମହାମାରୀ କାରଣରୁ ଦେଶ ଓ ବିଶ୍ବର ଅର୍ଥ ବ୍ୟବସ୍ଥା ଉପରେ ପଡିଥିବା କୁପ୍ରଭାବ ଯୋଗୁଁ ଭାରତର ଅଭିବୃଦ୍ଧି ହାର ହ୍ରାସ ପାଇବାର ଅନୁମାନ କରାଯାଉଛି । ମୁଡିଜ୍ ୨୦୧୯ରେ ଅଭିବୃଦ୍ଧି ହାର ୫ ପ୍ରତିଶତ ରହିବ ବୋଲି ପୂର୍ବାନୁମାନ କରିଛି ।
ରେଟିଙ୍ଗ ଏଜେନ୍ସି ମୁଡିଜ୍ କହିଛି ଯେ, ଆନୁମାନିକ ବୃଦ୍ଧି ହାର ହିସାବରେ ଭାରତରେ ୨୦୨୦ରେ ଆୟରେ ଦ୍ରୁତ ଗତିରେ ହ୍ରାସ ଘଟିପାରେ । ଏଥିରେ ୨୦୨୧ରେ ଘରୋଇ ଚାହିଦା ଓ ଆର୍ଥିକ ସ୍ଥିତିରେ ସୁଧାର ହାର ପୂର୍ବାପେକ୍ଷା ଅଧିକ ପ୍ରଭାବିତ ହୋଇପାରେ । ଏଜେନ୍ସି କହିଛି ଭାରତରେ ବ୍ୟାଙ୍କ ଓ ଅଣ ବ୍ୟାଙ୍କିଙ୍ଗ ବିତ୍ତୀୟ କମ୍ପାନୀ ପାଖରେ ନଗଦ ଅର୍ଥ ରାଶିର ଅଭାବ କାରଣରୁ ଭାରତରେ ଋଣ ନେବା ନେଇ ପୂର୍ବାପେକ୍ଷା ଅଧିକ କସରତ କରିବାକୁ ପଡୁଛି ।