ମଙ୍ଗଳବାର ବିଳମ୍ବିତ ରାତ୍ରୀରୁ ରାଜ୍ୟରେ ସମସ୍ତ ଜିଲ୍ଲାରେ ଲକ ଡାଉନ

ମଙ୍ଗଳବାର ବିଳମ୍ବିତ ରାତ୍ରୀରୁ ରାଜ୍ୟରେ ସମସ୍ତ ଜିଲ୍ଲାରେ ଲକ ଡାଉନ

ଓଡିଶା ବଡ ଖବର

 #ରାଜ୍ୟର_ସମସ୍ତ_ଜିଲ୍ଲାରେ_ଲକ_ଡାଉନ_ଆରମ୍ଭ     ଭୁବନେଶ୍ୱର : କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କାକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ମଙ୍ଗଳବାର ରାତ୍ରୀ ୧୨ଟାରୁ ଲକ ଡାଉନ ଘୋଷଣା କରା ଯାଇଛି । ଲକ ଡାଉନ ସମୟରେ ସମସ୍ତଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦିଆ ଯାଇଛି । ଲକ ଡାଉନ ବେଳେ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯିବ ବୋଲି କୁହା ଯିବା ସହ ଏହି ସମୟରେ ଅତ୍ୟାବଶ୍ୟକୀୟ ସେବାକୁ ଜାରୀ ରହିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆ ଯାଇଛି । ଉଲ୍ଲେଖନୀୟ ଯେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ପାଞ୍ଚଟି ଜିଲ୍ଲା ତଥା ୮ଟି ସହରରେ ଲକ ଡାଉନ ଘୋଷଣା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଯେଉଁ ଜିଲ୍ଲା ମାନଙ୍କରେ ଲକ ଡାଉନ ଘୋଷଣା କରା ଯାଇଥିଲା ସେଗୁଡିକ ମଧ୍ୟରେ ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳ ଜିଲ୍ଲା ସାମିଲ ଥିଲା । ସେହିପରି ସମ୍ବଲପୁର, ଝାରସୁଗୁଡା, ବ୍ରଜରାଜନଗର ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ ଏବଂ ଯାଜପୁର ଟାଉନରେ ମଧ୍ୟ ଲକ ଡାଉନ ଘୋଷଣା କରା ଯାଇଥିଲା ।
ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ସୋମବାର ଦିନ ରାଜ୍ୟ ସରକାର ଆଉ ୯ ଟି ଜିଲ୍ଲାରେ ଲକ୍ ଡାଉନ୍ ଘୋଷଣା କରିଥିଲେ । ଏହି ଜିଲ୍ଲା ଗୁଡିକ ହେଲା ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର ଓ ଝାରସୁଗୁଡ଼ା ।
ସେହିପରି ମଙ୍ଗଳବାର ରାତ୍ରୀରୁ ଯେଉଁ ଜିଲ୍ଲା ମାନଙ୍କରେ ଲକ ଡାଉନ ଘୋଷଣା କରା ଯାଇଛି ସେ ଗୁଡିକ ହେଲା ମୟୁରଭଂଜ,ବରଗଡ. କେନ୍ଦୁଝର, ଦେବଗଡ, ବଲାଙ୍ଗୀର, ସୁବର୍ଣପୁର, ସୁନ୍ଦରଗଡ, ଗଜପତି, କନ୍ଧମାଳ, ବୌଦ୍ଧ, କଲାହାଣ୍ଡି, ନୂଆପଡା, କୋରାପୁଟ, ରାୟଗଡା, ନବରଙ୍ଗପୁର,ମାଲକାନଗିରି ସାମିଲ ରହିଛି ।