ଗୁନାରେ ଟ୍ରକ୍-ବସ୍ ଦୁର୍ଘଟଣା, ୮ ପ୍ରବାସୀ ଶ୍ରମିକ ମୃତ

ଗୁନାରେ ଟ୍ରକ୍-ବସ୍ ଦୁର୍ଘଟଣା, ୮ ପ୍ରବାସୀ ଶ୍ରମିକ ମୃତ

ବଡ ଖବର ଦେଶ -ବିଦେଶ

#ଗୁନାରେ_ଟ୍ରକ୍-ବସ୍_ଦୁର୍ଘଟଣା,_୮_ପ୍ରବାସୀ_ଶ୍ରମିକ_ମୃତ               ଗୁନା : ପୁଣି ଏକ ଦୁର୍ଘଟଣାରେ ୮ ପ୍ରବାସୀ ଶ୍ରମିକ ମୃତ । ମଧ୍ୟପ୍ରଦେଶର ଗୁନା ଠାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଗୁରୁବାର ଭୋର ୩ଟା ସମୟରେ  ଏଠାରେ ଏକ ଟ୍ରକ୍ ଓ ବସ୍ ମଧ୍ୟରେ  ଦୁର୍ଘଟଣା ଘଟିବାରୁ  ମହାରାଷ୍ଟ୍ରରେ ଶ୍ରମିକ ଭାବେ କାମ କରୁଥିବା ୮ ପ୍ରବାସୀ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ୫୪ ଜଣ ଶ୍ରମିକ ଆହତ ହୋଇଛନ୍ତି । ଦୁର୍ଘଟଣା ଏତେ ଜୋରରେ ହୋଇଥିଲାଯେ ଟ୍ରକଟି ଓଲଟି ପଡିଥିଲା। ଏହି ପ୍ରବାସୀ ଶ୍ରମିକ ମାନେ ଟ୍ରକ୍ ଯୋଗେ ଉତ୍ତର ପ୍ରଦେଶସ୍ଥିତ ସେମାନଙ୍କ ଘରକୁ ଫେରୁଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସପିଟାଲରେ ଭର୍ତ୍ତି କରିଛି। ସମସ୍ତ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।