୪୬୫ ବର୍ଷ ପୂର୍ବରୁ କରୋନା ଭାଇରସ୍‌ ସମ୍ପର୍କରେ ଭବିଷ୍ୟବାଣୀ କରିଥିଲେ ନଷ୍ଟରଡମ୍ସ

ଦେଶ -ବିଦେଶ ବଡ ଖବର ବିଶେଷ

ନୂଆଦିଲ୍ଲୀ : କରୋନାଭାଇରସ ଏବେ ବିଶ୍ୱବାସୀଙ୍କ ଚିନ୍ତା ବଢାଇ ଦେଇଛି। ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନାଭାଇରସର ସଂକ୍ରମଣ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଏହାର ଆରୋଗ୍ୟକୁ ନେଇ ଏପର୍ଯ୍ୟନ୍ତ କୌଣସି ଔଷଧ ପ୍ରସ୍ତୁତ ନ ହୋଇଥିବା ବେଳେ ଏହାର ଭୟାବହତା ଏବେ ସମସ୍ତଙ୍କୁ ଏକ ପ୍ରକାର ଡରାଇ ଦେଇଛି। କରୋନାଭାଇରସ ସଂକ୍ରମଣରେ ଚାଇନାରେ ସରକାରୀ ଭାବେ ୧୦୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ହଜାରରୁ ଊର୍ଦ୍ଧ୍ୱ ଏଥିରେ ସଂକ୍ରମିତ ହୋଇଛନ୍ତି। ଏବେ ଏହାକୁ ଦେଖି କିଏ କେତେ କଥା କହୁଛନ୍ତି।

କରୋନାଭାଇରସ ସମ୍ପର୍କରେ ଫ୍ରାନ୍ସରେ ଜନ୍ମ ନେଇଥିବା ନଷ୍ଟରଡମ୍ସଙ୍କ ଭବିଷ୍ୟବାଣୀକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ମାଇକ୍ରୋବ୍ଲଗିଙ୍ଗ ସାଇଟ୍‌ରେ କେତେଜଣ ୟୁଜର୍ସ ଦାବି କରିଛନ୍ତି କି ୪୬୫ ବର୍ଷ ପୂର୍ବରୁ ନଷ୍ଟରଡମ୍ସ କରୋନାଭାଇରସ ସମ୍ପର୍କରେ ଭବିଷ୍ୟବାଣୀ କରିଥିଲେ। ଟୁଇଟରରେ ଜଣେ ୟୁଜର ମାର୍କୋ ମଲାକାରା କହିଛନ୍ତି, ବିଶ୍ୱବ୍ୟାପି ବନ୍ୟା, ଅଗ୍ନିକାଣ୍ଡ ଓ କରୋନାଭାଇରସର ଭବିଷ୍ୟବାଣୀ ୪୬୫ ବର୍ଷ ପୂର୍ବରୁ ନଷ୍ଟରଡମ୍ସ କରିଥିଲେ। ଆଉ ଜଣେ ୟୁଜର ସ୍ପେନ ଭାଷାରେ ଲେଖିଛନ୍ତି, ୨୧ଶ ଦଶକରେ ଆସିବାକୁ ଥିବା ମାହାମାରୀ ଏବେ ପୃଥିବୀରେ ପାଦ ରଖି ସାରିଛି, ଯାହା ୪୬୫ ବର୍ଷ ପୂର୍ବରୁ ନଷ୍ଟରଡମ୍ସ କରିଥିଲେ।

୧୫ଶହ ଶତାଦ୍ଦୀରେ ସେ ଏହି ମହାମାରୀର ଆଶଙ୍କା କରିଥିଲେ ନଷ୍ଟରଡମ୍ସ । ଏହା ସାରା ବିଶ୍ୱକୁ ବ୍ୟାପି ଯିବ ବୋଲି କହିଥିଲେ ।
୧୫୫୫ ଥର ନଷ୍ଟରଡମ୍ସଙ୍କ ଭବିଷ୍ୟବାଣୀ ସତ ହୋଇଥିବା କଥା କୁହାଯାଇଛି । ନଷ୍ଟରଡମ୍ସ ଲେଖିଥିବା ଭବିଷ୍ୟବାଣୀର ୨.୫୩ରେ କୋରନା ଭୁତାଣୁ ସମ୍ପର୍କରେ କୁହାଯାଇଛି । ସମୁଦ୍ରକୂଳରେ ଥିବା ଏକ ବଡ ସହରରେ ଏହି ବେମାରୀ ବ୍ୟାପିବ ବୋଲି ସେ ଭବିଷ୍ୟବାଣୀ କରିଥିଲେ ।

ବୁହାନ ସହର ଚୀନ୍‌ର ଏକ ବଡ ସହର । ସାମୁଦ୍ରିକ ବେପାର ବାଣିଜ୍ୟ ପାଇଁ ଏହି ବେଶ୍ ପ୍ରସିଦ୍ଧ । ସେହିଠାରେ ହିଁ ଏବେ କରୋନା ଭାଇରସ୍‌ ବ୍ୟାପିଛି । ନଷ୍ଟରଡମ୍ସ ଲଣ୍ଡନର ୧୬୬୬ରେ ଗ୍ରେଟ ଫାୟାରା ଓ ୧୯୩୩ରେ ହିଟଲରଙ୍କ କଥା ଭବିଷ୍ୟବାଣୀ କରିଥିଲେ ।

ଚୀନ୍‌ ବ୍ୟତୀତ ଏବେ କରୋନା ଭାଇରସ୍‌ ସାରା ବିଶ୍ୱରେ ବ୍ୟାପିଛି । ପ୍ରାୟ ୫ଶହ ବର୍ଷ ପୂର୍ବରୁ ନାସ୍ତ୍ରେଦମସ ଏହି ଭାଇରସ୍‌ କଥା ଭବିଷ୍ୟବାଣୀ କରିଥିଲେ । ୨୦୨୦ରେ ବିଶ୍ୱରେ ଅନେକ ଦେଶ ମଧ୍ୟରେ ବିବାଦ ହେବା କଥା ସେ ଭବିଷ୍ୟବାଣୀ କରିଥଲେ ।