ଚଢିଗଲା ବସ ଚାଲି ଚାଲି ଆସୁଥିବା ୬ ପ୍ରବାସୀ ଶ୍ରମିକ ମୃତ

ଚଢିଗଲା ବସ ପଞ୍ଜାବ ରୁ ବିହାର ଚାଲି ଚାଲି ଯାଉଥିବା ୬ ପ୍ରବାସୀ ଶ୍ରମିକ ମୃତ

ଦେଶ -ବିଦେଶ ବଡ ଖବର

#ଚଢିଗଲା_ବସ_ଚାଲି_ଚାଲି_ଆସୁଥିବା_୬_ପ୍ରବାସୀ_ଶ୍ରମିକ_ମୃତ      ମୁଜାଫରପୁର: ମହାରାଷ୍ଟ୍ରର ଔରଙ୍ଗାବାଦ ଅନ୍ତର୍ଗତ କର୍ମାଡ୍‌ରେ ମାଲବାହୀ ଟ୍ରେନ୍ ଚାପାରେ ୧୬ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟଣା ପରେ ପୁଣି ଉତ୍ତର ପ୍ରଦେଶର ମୁଜାଫର ନଗର – ସାହାରନପୁର ହାଇଓ୍ବେରେ ଘଟିଛି ଦୁଃଖଦ ଘଟଣା । ପଞ୍ଜାବରୁ ଚାଲି ଚାଲି ବିହାର ସ୍ଥିତ ଗ୍ରାମକୁ ଯାଉଥିବା କେତେକ ପ୍ରବାସୀ ଶ୍ରମିକଙ୍କ ଉପରେ ବୁଧବାର ରାତି ୧୧.୪୫ ସମୟରେ ଏକ ବସ୍ ଚଢ଼ିଯିବାରୁ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ  ଅନ୍ୟ ୪ ଜଣ ଆହତ ହୋଇଛନ୍ତି।

ପୁଲିସ ସୂଚନା ୃନୁଯାୟୀ ରାତି ପ୍ରାୟ ୧୧.୪୫ ବେଳେ ମୁଜାଫର ନଗର-ସାହରନପୁର ହାଇଓ୍ବେ ସ୍ଥିତ ରୋହାନା ଟୋଲପ୍ଲାଜା ନିକଟସ୍ଥ ଧଲୌଲି ଚେକ ପୋଷ୍ଟ ଠାରେ ଏକ ଦ୍ରୁତଗାମୀ ବସ ଚାଲି ଚାଲି ଯାଉଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ଚଢି ଯାଇଥିଲା। ଫଳରେ ଦୁର୍ଘଟଣାଗ୍ରସ୍ତ  ହୋଇଥିବା ୧୦ଜଣ ପ୍ରବାସୀ ଶ୍ରମିକ ମାନଙ୍କ ମଧ୍ୟରୁ ଘଟଣା ସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତାହତ ଶ୍ରମିକମାନେ ଦିନ ମଜୁରିଆ ଭାବେ ପଞ୍ଜାବରେ କାମ କରୁଥିଲେ। ଲକ୍‌ଡାଉନ୍ ଯୋଗୁଁ ସେମାନେ ଚାଲି ଚାଲି ବିହାର ଅନ୍ତର୍ଗତ ଗୋପାଳଗଞ୍ଜରେ ଥିବା ସେମାନଙ୍କ ଘରକୁ ଫେରୁଥିଲେ। ଦୁର୍ଘଟଣା ଘଟାଇ ବସ ଡ୍ରାଇଭର ଘଟଣା ସ୍ଥଳରୁ ବସ ଧରି ଫେରାର ହୋଇଯାଇଥିବା ବେଳେ ବସଟି ୟୁ.ପି ରୋଡ ଟ୍ରାନ୍ସପୋର୍ଟର ଓ ଏହା ଆଗ୍ରା ଡିପୋର ବୋଲି ଜଣା ପଡିଛି। ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହ ଆହତ ମାନଙ୍କୁ ଚିକିତ୍ସା ପାଇଁ ହସପିଟାଲକୁ ପଠାଇବାସହ ମୃତକଙ୍କ ଶବ ପୋଷ୍ଟମର୍ଟମ ପାଇଁ ପଠାଇଛି।