ପାରିବାରିକ କଳହ ନେଇ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ

ଅପରାଧ ଓଡିଶା ଜିଲ୍ଲା ରାଜ୍ୟ ରାୟଗଡା

#ପାରିବାରିକ_ କଳହ_ ନେଇ_ ସ୍ତ୍ରୀକୁ_ ଟାଙ୍ଗିଆରେ_ ହାଣିଲା_ ସ୍ବାମୀ ରାୟଗଡା : ସ୍ବାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ । ରାୟଗଡା ଜିଲ୍ଲା କଡିଙ୍ଗଗୁଡା ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ସ୍ତ୍ରୀ ଶୋଇଥିବା ଅବସ୍ଥାରେ ସ୍ବାମୀର ଟାଙ୍ଗିଆର ଚୋଟରେ ମୃତ୍ୟୁ ହୋଇଛି । ମୃତକ ବାନାଇ ଜାକାକା ବୋଲି ଜଣାପଡିଛି । ହତ୍ୟା ଆକ୍ରମଣ ପରେ ଥାନାରେ ଆତ୍ମସମର୍ପଣ ରଲା ଅଭିଯୁକ୍ତ ସ୍ବାମୀ ସତାନା ଜାକାକା ।

କଡିଙ୍ଗଗୁଡା ଗାଁରେ ସ୍ବାମୀ ସତାନା ଓ ସ୍ତ୍ରୀ ବାନାଇ ନିଜର ବୈବାହିକ ଜୀବନ ଅତିବାହିତ କରୁଥିଲେ । କିଛି ଦିନ ଧରି ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଦେଖାଦେଇଥିଲା । ମଙ୍ଗଳବାର ରାତିରେ ଉଭୟଙ୍କ ମଧ୍ୟରେ କଳହ ହୋଇଥିଲା । ରାତିରେ ଦୁଇଜଣ ଖାଇବା ପରେ ଶୋଇପଡିଥିଲେ । କିନ୍ତୁ ହୋଇଥିବା ଝଗଡାର ନିଆଁ ରାତିସାରା ସ୍ବାମୀ ମନରେ ଜଳୁଥିଲା । ସ୍ତ୍ରୀ ଶୋଇଥିବା ଅବସ୍ଥାରେ ଘରେ ଥିବା ଟାଙ୍ଗିଆ ନେଇ ବାରମ୍ବାର ଆକ୍ରମଣ କରିଥିଲା । ସ୍ବାମୀର ଟାଙ୍ଗିଆ ଚୋଟରେ ପ୍ରବଳ ରକ୍ତ ବାହାରିଥିଲା ।

ତେବେ ସ୍ତ୍ରୀକୁ ଆକ୍ରମଣ କରିବା ପରେ ୭କିମି ଚାଲି ଚାଲି ରାୟଗଡା  ଥାନାରେ ଘଟଣାସମ୍ପର୍କରେ ଜଣାଇଥିଲା । ପୋଲିସ ଖବର ପାଇଁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବାନାଇଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲା । ଟାଙ୍ଗିଆ ଚୋଟରେ ପ୍ରବଳ ରକ୍ତ ବାହାରୁଥିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ମେଡିକାଲରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବେଚ୍ଛେଦ ପାଇଁ ପଠାଇଛି ।